ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଖୁଜେନପାଲି ସ୍ଥିତ “ଧବଳେଶ୍ଵର ଶୈବପୀଠ” ଠାରେ “ବଲାଙ୍ଗିର ସହରାଞ୍ଚଳ ପଣ୍ଡରା ସମାଜ”ର ବାର୍ଷିକ ଅଧିବେଶନ ଓ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅବସରରେ ପ୍ରାଦେଶିକ ପଣ୍ଡରା ମହାସଂଘର କର୍ମକର୍ତ୍ତାମାନେ ନିମନ୍ତ୍ରିତ ଅତିଥି ଭାବରେ ଯୋଗଦେଇଥିଲେ । ପ୍ରଥମେ ସମାଜର ଇଷ୍ଟ ଦେବୀ ମାଁ ‘ପାଟଣେଶ୍ଵରୀ’ ଓ ମାଁ ‘ସମଲେଶ୍ଵରୀ’ଙ୍କ ପୂଜାର୍ଚ୍ଚନା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରାଦେଶିକ ପଣ୍ଡରା ମହାସଂଘର କର୍ମକର୍ତ୍ତାମାନେ ସମାଜର “ଏକକ ଚଳଣି” ଉପରେ ପ୍ରସ୍ତାବିତ ଉପବିଧି ଚିଠାର ଆଲୋଚନା କରିଥିଲେ । ସମାଜର ହିତ ପାଇଁ କର୍ମକର୍ତ୍ତାମାନେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ବଲାଙ୍ଗିର ସହରାଞ୍ଚଳ ପଣ୍ଡରା ସମାଜର ସଭାପତି ରସରାଜ ସାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ପାଦକ ବିନୋଦ ବିହାରି ଭୋଇ ମଞ୍ଚାସୀନ ଥିବାବେଳେ ସଂଗଠନର ବରିଷ୍ଠ ସଭ୍ୟ ସୁଶିଳ ବିଶି ପ୍ରାରମ୍ଭିକ ସୂଚନା ଦେଇଥିଲେ ଏବଂ ସଭାକୁ ସଂଯୋଜନା କରିଥିଲେ ଶ୍ରୀ ଦୁତିଆ ଦେହେରୀ । ଏହି ଅବସରରେ ଅନୁଷ୍ଠିତ ହୋଇଥିବା ଚିତ୍ରାଙ୍କନ, ଝୋଟି ଓ ମ୍ୟୁଜିକ ଚେୟାର ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲାଃ ସମାଜର ଉଦ୍ୟୋଗ ପତି ଶ୍ରୀ ରାମକୃଷ୍ଣ ସାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ୨୦୨୪ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ମାର୍କ ରଖିଥିବା ବଲାଙ୍ଗିର ସହରାଞ୍ଚଳ ପରୀକ୍ଷାର୍ଥୀମାନଙ୍କ ମଧ୍ୟରୁ ସୁଶ୍ରୀ ସ୍ୱାତୀ ସୁଭ୍ରସ୍ମିତା ଦ୍ଵାରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ ସଭାରେ ସମାଜର ଉନ୍ନତି ଏବଂ ମଙ୍ଗଳ ପାଇଁ ଉପସ୍ଥିତ ସଦସ୍ୟ,ସଦସ୍ୟାମାନେ ମତାମତ ଦେଇଥିଲେ ଏବଂ ସମାଜର ଏକତା ରକ୍ଷା ଦିଗରେ ସମସ୍ତେ ଆନ୍ତରିକତାର ସହ କାର୍ଯ୍ୟ କରିବା ପାଇଁ ସଭାପତି ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଉକ୍ତ ସଭାରେ “ପ୍ରାଦେଶିକ ପଣ୍ଡରା ମହାସଂଘ”ର କର୍ମକର୍ତ୍ତା ପରମାନନ୍ଦ ସା, ମୋହନ ଦ୍ଵାରୀ, ପଞ୍ଚାନନ ଦଳପତି, ସତ ବାରିକ, ଜୟକୃଷ୍ଣ ଦେହେରୀ, ବୀରେନ୍ଦ୍ର ଦେହେରୀ,ଦୟା ସାଗର ସା, କୁମାର ନାଏକ, ଶଙ୍ଖାଳି ସାହୁ, ବୁଦ୍ଧଦେବ ବିଶି, ହଳଧର ସା, ଗୋପାଳ ସାହା ପ୍ରମୁଖ ଯୋଗ ଦେଇଥିଲେ । ଉପରୋକ୍ତ ବାର୍ଷିକ ଅଧିବେଶନ ଓ ବନ୍ଧୁମିଳନ କାର୍ଯ୍ୟକ୍ରମକୁ “ବଲାଙ୍ଗିର ସହରାଞ୍ଚଳ ପଣ୍ଡରା” ସମାଜର ସଦସ୍ୟ ଯଥା ବଳଦେବ ବିଶି,ଭବାନୀ ଶଙ୍କର ଭୋଇ, ଗୁରୁଚରଣ କଅଁର, ସଞ୍ଜୟ ଭୋଇ, ନୟନ ସା, ବାଞ୍ଛାନିଧି ପଧାନ, ମାନଭଞ୍ଜନ ସା, ଗଙ୍ଗାଧର ଭୋଇ, ବାସୁଦେବ ସା,ନରେଶ ଦ୍ୱାରୀ, ସୁରେଶ ଦ୍ଵାରୀ, ଶୁଶିଳ କୁମାର ଭୋଇ, ସରୋଜ କୁକାର ଦେହେରୀ, ଅନ୍ତର୍ଯ୍ୟାମୀ ସା, କ୍ଷମାନିଧି ଝାଙ୍କର, ବଂଶୀଧର ସା, କୁନା ବାରିକ, ଶୁଭ୍ରକାନ୍ତ ଦେହେରୀ, ରାଜେଶ ଭୋଇ, କଳାକାହ୍ନୁ ଚୌହାନ ପ୍ରମୁଖ ସହଯୋଗ କରିଥିଲେ । ପରିଶେଷରେ ସଂଗଠନ ସମ୍ପାଦକ ବିନୋଦ ବିହାରୀ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।