lika

ଭାଗବତତତ୍ତ୍ୱ ଯୋଗାଶ୍ରମ ତରଫରୁ ବୈଶାଖ ମେଳାରେ ଶ୍ରଦ୍ଧାଳୁ ଭକ୍ତଙ୍କ ପାଇଁ ଅନ୍ନଛତ୍ର

gbag

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ସର୍ବବୃହତ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠରେ ପ୍ରସିଦ୍ଧ ବୈଶାଖ ମେଳା । ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ତଥା ବୈଶାଖ ମେଳା ପାଇଁ ଚଳଚଞ୍ଚଳ ନୃସିଂହନାଥ ପୀଠ । ମେ’ ୧ରୁ ଆରମ୍ଭ ହୋଇ ୫ ତାରିଖ ପର୍ଯ୍ୟନ୍ତ ନୃସିଂହନାଥ ପୀଠରେ ବୈଶାଖ ମେଳା ଅନୁଷ୍ଠିତ ହୋଇଯାଇଛି । ଗତକାଲି ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ଓ ବୈଶାଖ ମେଳାରେ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଭୋଜନ ଦେବା ପାଇଁ ନୃସିଂହନାଥ ସ୍ଥିତ ଭାଗବତତତ୍ତ୍ୱ ଯୋଗାଶ୍ରମ ପ୍ରତିଷ୍ଠାତା ସନ୍ଥ ସ୍ୱର୍ଗତ ରଘୁନାଥଜୀଙ୍କ ଯୋଗାଶ୍ରମ ତରଫରୁ ଦୁଇଦିନ ବ୍ୟାପୀ ଅନ୍ନଛତ୍ର ଖୋଲା ଯାଇଛି । ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଅନ୍ନଛତ୍ରର ଉଦ୍‌ଘାଟନ କରି ଭକ୍ତମାନଙ୍କୁ ଅନ୍ନ ବଣ୍ଟନ କରିଥିଲେ । ଏହି ଅବସରରେ ଯୋଗାଶ୍ରମ ପରିସରରେ ଦୁଇଦିନ ପର୍ଯ୍ୟନ୍ତ ଅଖଣ୍ଡ ଦୀପଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଅଖଣ୍ଡ ଦୀପଯଜ୍ଞର କର୍ତ୍ତା ଭାବେ ଗୌରଚନ୍ଦ୍ର ସାହୁ ଓ ତାଙ୍କର ଧର୍ମପତ୍ନୀ ରେଖା ସାହୁ ଦାୟିତ୍ୱ ତୁଳାଇ ଥିଲେ । ଏହି ସମଗ୍ର କାର୍ଯ୍ୟକ୍ରମକୁ ଭାଗବତତତ୍ତ୍ୱ ଯୋଗାଶ୍ରମ ସଭାପତି ଗୋବିନ୍ଦ ସାହୁ, ସଂପାଦକ ମହାଦେବ ପ୍ରଧାନ, ଧର୍ମଚାନ୍ଦ ପ୍ରଧାନ, ରାଣୀ ପ୍ରଧାନ, ରାହାସ ବିହାରୀ ସାହୁ, ଦୁର୍ଯ୍ୟୋଧନ ପୁଟା, ବୀରରାଜ ରେବା, ଭାରତୀ ପ୍ରଧାନ, ଦୀପେନ୍ଦ୍ର ଖମାରୀ, ବିଭୁ ପ୍ରସାଦ ପ୍ରଧାନ ପ୍ରମୁଖ ପରିଚାଳନାରେ ସହଯୋଗ କରି ଶ୍ରଦ୍ଧାଳୁ ଭକ୍ତମାନଙ୍କ ସେବା କରିଥିଲେ ।

babaa
Leave A Reply

Your email address will not be published.