ଅଞ୍ଜଳି ସ୍ୱାଇଁ ହେଲେ ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକର ୩୧ ନମ୍ବର ଜୋନ୍‌ ସଭ୍ୟା ଅଞ୍ଜଳି ସ୍ୱାଇଁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ୬୯ ଜଣ ସମସ୍ତ ଜିଲ୍ଲାପରିଷଦ ସଦସ୍ୟଙ୍କୁ ଗତକାଲି ଆନୁଷ୍ଠାନିକ ଭାବେ ଗୃହରେ ପଦ ଓ ଗୋପନୀୟତାର ସହ ଶପଥ ପାଠ କରାଇଛନ୍ତି । ନୂତନ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସହ ଜିଲ୍ଲା ପରିଷଦ ଗୃହକୁ ଶୁଭାଗମନ କରାଇଛନ୍ତି ।

Leave A Reply

Your email address will not be published.