ଓଡ଼ିଶାର ପ୍ରତିଷ୍ଠିତ ନିୟୁଜ ଏଜେନ୍ସି ଇପିଏର ପ୍ରତିଷ୍ଠାତା ଅନୀଲ ମିଶ୍ରଙ୍କ ପରଲୋକ

  • ଆଜି ସ୍ୱର୍ଗଦ୍ଵାରରେ ତାଙ୍କ ଅନ୍ତେଷ୍ଟି-କ୍ରିୟା ସମ୍ପନ୍ନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭୁବନେଶ୍ୱରରୁ ପ୍ରକାଶ ପାଇ ଆସୁଥିବା ସାପ୍ତାହିକ ସମ୍ବାଦ ପତ୍ର ଇପିଏ ୱିକଲିର ମୁଖ୍ୟ ସମ୍ପାଦକ ଅନୀଲ ମିଶ୍ରଙ୍କ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘଦିନ ଧରି ସେ ହୃଦରୋଗ ଯନ୍ତ୍ରଣାରେ ପୀଡ଼ିତ ହୋଇ ହସ୍ପିଟାଲରେ ଶଯ୍ୟାଶାୟୀ ଅବସ୍ଥାରେ ଚିକିତ୍ସାଧୀନରେ ଥିଲେ । ମଙ୍ଗଳବାର ବିଳମ୍ବିତ ରାତ୍ରିରେ ପ୍ରାୟତଃ ରାତ୍ରି ୧୧ଘଣ୍ଟା ୧୫ମିନଟ୍ରେ ସେ ଆଖି ବୁଜି ଦେଲେ । ଭୁବନେଶ୍ୱରର ସ୍ପର୍ଷ ହସ୍ପିଟାଲରେ ଦୀର୍ଘଦିନର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୫ବର୍ଷ ବୟସ ହୋଇଥିଲା । ତାଙ୍କର ଗୋଟିଏ ପୁଅ ଡ଼ାକ୍ତର ଓ ଜଣେ ଝିଅ ବ୍ୟାଙ୍କିଙ୍ଗ ସର୍ଭିସ କରୁଛନ୍ତି । ଦୀର୍ଘଦିନ ଧରି ଦେହ ଅସୁସ୍ଥତା କାରଣରୁ ତାଙ୍କ ଧର୍ମ ପତ୍ନୀ ଅଞ୍ଜଳି ମିଶ୍ର ଇପିଏ ୱିକଲିର ସମ୍ପାଦନା ଦାୟିତ୍ୱରେ ଥିଲେ । ସେ ଜଣେ ନିର୍ଭୀକ ଓ ସାହସିକତାର ସହ ସମାଜ ପାଇଁ ଲଢ଼ି ସତ୍ୟତାର ସ୍ୱର ଦେଇ ନିଜର ଖବର ପ୍ରକାଶନ କରି ଆସି ନିଜର ଦକ୍ଷତା ଓ ଦାମ୍ବିକତା ପ୍ରଦର୍ଶନ କରି ଆସୁଥିଲେ । ସେତେବେଳେ ଓଡ଼ିଶାରେ ପି.ଟି.ଆଇ, ୟୁ.ଏନ.ଆଇ. ହିନ୍ଦୁସ୍ଥାନ ସମାଚାର( ହି.ସ.), ଓ ପରେ ଇପିଏ ନିଉଜ୍ ଏଜେନ୍ସି ପ୍ରଚଳିତ ହୋଇଆସିଥିଲା । ୧୯୮୪ ମସିହାରେ ଓଡ଼ିଶାରେ ପ୍ରତିଷ୍ଠିତ ଏକ ମାତ୍ର ନିଉଜ ଏଜେନ୍ସି ଇପିଏ ଯାହା ସମସ୍ତ ଖବର ସଂସ୍ଥା ଯଥା ଅଲ୍ ଇଣ୍ଡିଆ ରେଡ଼ିଓ, ଦୂରଦର୍ଶନ, ଇନାଡୁ, ଆନ୍ଧ୍ରପ୍ରଭା, ସମାଜ, ପ୍ରଜାତନ୍ତ୍ର, ପ୍ରଗତିବାଦୀ, ଧରିତ୍ରୀ ଆଦି ଖବରକାଗଜ ମାନଙ୍କୁ ଫୋଟୋ ସହ ତଥ୍ୟ (ସମ୍ୟକ୍ ବିବରଣୀ) ଅବା ଫୋଟୋ କ୍ୟାପସନ୍ ଯୋଗାଇ ଆସୁଥିବା ସଂସ୍ଥା ପରବର୍ତ୍ତୀ ପଯ୍ୟାଁୟରେ ୧୯୮୬ ମସିହାରେ ଇପିଏ ୱିକଲି ଭାବେ ଓଡ଼ିଶାରେ ଆତ୍ମ ପ୍ରକାଶ ପାଇଲା । ତେବେ ୧୯୯୯ ମସିହାରୁ ଅଦ୍ୟାବଧି ଭୁବନେଶ୍ୱରରୁ ପ୍ରକାଶ ପାଇ ଆସୁଥିବା ସାପ୍ତାହିକ ଇପିଏ ୱିକଲିର ମୁଖ୍ୟ ସମ୍ପାଦକ ଅନୀଲ ମିଶ୍ରଙ୍କ ସମାଜ ପ୍ରତି ଅବଦାନ ଅତୁଳନୀୟ । ଜଣେ ଦକ୍ଷ ସାହସିକ ବ୍ୟକ୍ତିତ୍ଵ ସମ୍ପନ୍ନ ବୀର ସାମ୍ୱାଦିକଙ୍କୁ ଓଡ଼ିଶା ମାଟି ହରାଇଥିବା ସାଧାରଣରେ ଗଣନା କରାଯାଇଛି । ତାହାଙ୍କ ବିୟୋଗରେ ଓଡ଼ିଶାର ସମସ୍ତ ସମ୍ବାଦ ପ୍ରତିଷ୍ଠାନ, ସାମ୍ୱାଦିକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.