ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଠାରୁ ସୀମାନ୍ତ ଛତିଶଗଡକୁ ଯାଇଥିବା ରାସ୍ତା ମଝି ଅଙ୍ଗନଦୀ ପୋଲ ଉପରେ ଏକ ଲୁହା ରଡ୍ ଉପୁଡି ପଡିଛି । ଯାହା ଦ୍ୱାରା ପଦ୍ମପୁର ଠାରୁ ଜଗଦଲପୁର ଅଙ୍ଗନଦୀ ପୋଲ ରାସ୍ତା ଦେଇ ଯାଉଥିବା ଅନେକ ଯାନ ବାହାନ ଯାତାୟାତରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି । ଆଜକୁ କିଛି ବର୍ଷ ହେଲା ଅଙ୍ଗନଦୀ ପୋଲ ନିର୍ମାଣ ହୋଇଥିବା ବେଳେ ନିମ୍ନମାନର କାମ ବୋଲି ଲୋକଙ୍କ ମଧ୍ୟରେ ଚର୍ଚ୍ଚା ବିଷୟ ହେଉଛି । ଏହି ପୋଲରୁ ଲୁହା ରଡ୍କୁ ତୁରନ୍ତ ହଟାଇବା ସହ ଆବଶ୍ୟକ ମରାମତି ପାଇଁ ପ୍ରଶାସନ ଦୃଷ୍ଟି ଦେବା ପାଇଁ ଦାବୀ ହେଉଛି ।