ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁରର ଜୀବନ ଧାରା ବୋଲାଉଥିବା ଅଙ୍ଗ ନଦୀରେ ଆଜି ଶନିବାର ପୌଷ ପୂର୍ଣ୍ଣିମା ଅବସରରେ ସନ୍ଧ୍ୟା ୬ଘଣ୍ଟା ସମୟରେ ଐତିହାସିକ ୧୭ଶ ଅଙ୍ଗ ଆଳତୀ କରାଯାଇଛି । ଭାରରତୀୟ ସଂସ୍କୃତି ପରମ୍ପରାରେ କେଉଁ ଅନାଦିକାଳରୁ ପ୍ରକୃତି, ନଦନଦୀ, ବୃକ୍ଷଲତାକୁ ଉପାସନା କରିବାର ଧାରା ରହି ଆସିଛି । ଦିବ୍ୟଜ୍ୟୋତି ନୃସିଂହ ପଞ୍ଜିକାର ଗଣନାକାର ପଣ୍ଡିତ ଆଶୁତୋଷ ପାଣିଗ୍ରାହୀ ଜ୍ୟୋତିଷ ପ୍ରବୀଣଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମହୁଲପାଲି ସ୍ଥିତ ଶିବ ମନ୍ଦିର ଘାଟରେ ଅଙ୍ଗ ଆଳତୀ ଅନୁଷ୍ଠିତ ହୋଇଛି । ମୁଖ୍ୟ କର୍ତ୍ତା ଭାବରେ ଦୀପକ ଭୋଇ ସହଧର୍ମିଣୀ ରୂପା ଭୋଇ କର୍ତ୍ତା ଦାୟିତ୍ୱ ତୁଳାଇଥିଲେ । ପଞ୍ଚ ଦେବତା ପୂଜା ପରେ ପ୍ରକୃତିର ସମସ୍ତ ଦେବତାଙ୍କୁ ହୋମ କରାଯାଇଥିଲା । ଏହି ଆଳତୀ ସମୟରେ ଘଣ୍ଟ, ଶଙ୍ଖ ଓ ବ୍ରାହ୍ମଣ ମାନଙ୍କ ଦ୍ୱାରା ବୈଦିକ ମନ୍ତ୍ରପାଠ ସମଗ୍ର ପରିବେଶକୁ ମୁଖରୀତ କରିଥିଲା । ଏହି ଅବସରରେ ପଣ୍ଡିତ ଡୋଳାମଣି ଦାଶ, ଆନନ୍ଦ ମିଶ୍ର, ପ୍ରତାପ ନାଥ, ଅନିଲ ପଣ୍ଡା, ବାବୁଲ ପଣ୍ଡା, ହରିବୋଲ ସାହୁ, ଭବାନୀ ଶଙ୍କର ମହାପାତ୍ର, ଦୁଷ୍ମନ୍ତ ସାହୁ, ଦେବାଧି ମେହେର, ପୂର୍ଣ୍ଣ ମେହେର, ଅନାଦି ସାହୁ, ତୁଳାରାମ ସାହୁ, ଜଗବନ୍ଧୁ ବଡଗୁଛିଆ, ସଚ୍ଚିଦାନନ୍ଦ ମଗର, ଅକ୍ଷୟ ଦାଶ, ପ୍ରଦୀପ ସାହୁ, ନାରାୟଣ ପଣ୍ଡା, ସନ୍ତୋଷ କୁମାର ପଣ୍ଡା, ମନ ବାଗ, ଟୁନା ସାହୁ, ପ୍ରଶାନ୍ତ ସାହୁ, ପଞ୍ଚମ ସାହୁ, ବାବୁଲାଲ ସାହୁ ଓ ମହୁଲପାଲି ଗ୍ରାମର ମାତୃ ମଣ୍ଡଳି ଉପସ୍ଥିତ ରହି ଆଳତୀ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ପରିଶେଷରେ ଭକ୍ତ ମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା ।
Prev Post