ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପାଟଣେଶ୍ୱରୀ ରାଜ ମିସ୍ତ୍ରୀ ଏବଂ ନିର୍ମାଣ ଶ୍ରମିକ ସଂଘ ତରଫରୁ ସଭାପତି ମନୋଜ ଦୀପ ଓ ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ଶତପଥୀଙ୍କ ନେତୃତ୍ୱରେ ମ୍ୟୁନ୍‌ସିପାଲଟି ସମସ୍ତ ସଫେଇ କର୍ମଚାରୀ ବର୍ଷ ବର୍ଷ ଧରି ଲୋକମାନଙ୍କ ଗାଳିଗୁଲଜ ଖାଇ ଓ ଖରା, ବର୍ଷା, ଶୀତଙ୍କୁ ଖାତିର ନକରି ବଲାଙ୍ଗିରବାସୀଙ୍କ ସେବା କରି ଆସୁଛନ୍ତି ହେଲେ ରାଜ୍ୟ ସରକାର ବୃଦ୍ଧି କରି ଥିବା ଟଙ୍କା ଏବଂ ଏରିୟର ପାଇ ନଥିବାରୁ ସେମାନେ ବହୁତ ଦୁଃଖଦାୟକ । ରାଜ୍ୟ ସରକାର ଦୁଇ ଦୁଇ ଥର ବୃଦ୍ଧି କରି ଥିବା ୪୫୦ ଟଙ୍କା ଆଜି ପ୍ରର୍ଯ୍ୟନ୍ତ ପାଇ ନାହାନ୍ତି । ୨୦୧୬ ମସିହାରୁ ୩୫୨ ଟଙ୍କା ଦୈନିକ ମଜୁରୀ ଘୋଷଣା କରିଥିଲେ । କିନ୍ତୁ ୨୦୧୬ରୁ ଆଜି ପ୍ରର୍ଯ୍ୟନ୍ତ ବୃଦ୍ଧି କରିଥିବା ୪୪ ଟଙ୍କା ମଜୁରୀ ଆଜି ପ୍ରର୍ଯ୍ୟନ୍ତ ମିଳି ନାହିଁ । ଆଉ ଥରେ ରାଜ୍ୟ ସରକାର ୯୮ ଟଙ୍କା ଘୋଷଣା କଲେ । କିନ୍ତୁ ବହୁତ ଦୁଃଖର ବିଷୟ ଆଜି ପ୍ରର୍ଯ୍ୟନ୍ତ ସମସ୍ତ ସଫେଇ କର୍ମଚାରୀ ୩୦୮ ଟଙ୍କା ଦୈନିକ ମଜୁରୀ ପାଉଛନ୍ତି ସେହି ବୃଦ୍ଧି କରିଥିବା ଦୈନିକ ମଜୁରୀ ଏବଂ ଏରିୟର ଆଜି ପ୍ରର୍ଯ୍ୟନ୍ତ ସମସ୍ତ ସଫେଇ କର୍ମଚାରୀ ପାଉଣା ପାଇ ନାହାନ୍ତି । ତିନି ଦିନ ମଧ୍ୟରେ ବର୍ଦ୍ଧିତ ହୋଇଥିବା ମଜୁରୀ ପଇସା ଓ ଏରିୟର ପଇସା ଦେବା ପାଇ ମ୍ୟୁନ୍‌ସିପାଲଟି ନିର୍ବାହୀ ଅଧିକାର, ମ୍ୟୁନ୍‌ସିପାଲଟି ପୌରଧ୍ୟକ୍ଷା, ବଲାଙ୍ଗିର ଜିଲ୍ଲପାଳ, ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଦାବୀପତ୍ର ଦେଇଥିଲେ । ଯଦି ତିନି ଦିନ ମଧ୍ୟରେ ବକେୟା ପାଉଣା ଦିଆନଯାଏ ତାହେଲେ ସମସ୍ତ ସଫେଇ କର୍ମଚାରୀ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି ।

Leave A Reply

Your email address will not be published.