ନୂଆଁଖାଇ ଭେଟ୍‌ଘାଟ୍‌ ଅବସରରେ କେନ୍ଦୁପତ୍ର ଶ୍ରମିକଙ୍କ ଦାବୀ ହାସଲ ପାଇଁ ଦୁର୍ବାର ଆନ୍ଦୋଳନର ସଂକଳ୍ପ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପଦ୍ମପୁର ଡିଭିଜନ ସ୍ତରରେ ନୃସିଂହନାଥଠାରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପଦ୍ମପୁର କେନ୍ଦୁପତ୍ର ଡିଭିଜନ୍‌ର ୯ଟି ରେଞ୍ଜର ସିଜିନାଲ କର୍ମଚାରୀ, ବନ୍ଧେଇ, ଶ୍ରମିକ, ୱାଚର, କେନ୍ଦୁପତ୍ର ତୋଳାଳୀ ବହୁ ସଂଖ୍ୟାରେ ସାମିଲ ଥିଲେ । ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମକୁ ହେଡ୍‌ଚେକର୍‌ କୋକିଲ ସାହୁ ଓ ୠଷବ ପ୍ରଧାନ ପରିଚାଳନା କରିଥିଲେ । ବରଣ୍ୟ ଅତିଥି ଭାବେ ପାଇକମାଲ ସିଆର୍‌ପିଏଫ୍‌ କମାଣ୍ଡର ନନ୍ଦଲାଲ ମୀନା, ରେଞ୍ଜ ଅଧିକାରୀ ସର୍ବଶ୍ରୀ କେଶବ ନାୟକ, ରମେଶ ଚନ୍ଦ୍ର ସାହୁ, ରୂପେଶ କୁମାର ସାହୁ, ପହିଲ ବେହେରା, ବିନୋଦ ବାଗ, ସୁରେଶ ପ୍ରଧାନ, ପ୍ରମୋଦ ପଟେଲ, ରବି ରଞ୍ଜନ ଲୁହାର, ରୀନା ବନଛୋର ଯୋଗଦେଇ ଜନ ସାଧାରଣଙ୍କୁ ନୂଆଁଖାଇର ଶୁଭେଛା ଜଣାଇଥିଲେ । ବଲାଙ୍ଗିର ସ୍ଥିତ ସିସିଏଫ୍‌ ହର୍ଷ ବର୍ଦ୍ଧନ ଉଦ୍‌ଗାତା ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଥିବା ବେଳେ ଶେଷ ମୁହୁର୍ତ୍ତରେ ଆସି ନ ପାରି କେନ୍ଦୁପତ୍ର ଶ୍ରମିକ ମାନଙ୍କୁ ଏକ ଲିଖିତ ଶୁଭେଛା ବାର୍ତ୍ତା ପଠାଇଥିଲେ । ସିଜିନାଲ କର୍ମଚାରୀଙ୍କ ମଧ୍ୟରେ ସୁଦାମ ଦାସ, ଅରକ୍ଷିତ ମୁଗୁନି, ଚକାମନ ପ୍ରଧାନ, ଯଦୁମଣି ଭୋଇ, କୁନ୍ଦୁରୁ ମହାନନ୍ଦ, ମହେନ୍ଦ୍ର ପ୍ରଧାନ, ଗଣପତି କୁମ୍ଭାର ଶୁଭେଛା ବାର୍ତ୍ତା ପ୍ରଦାନ କରିଥିଲେ । ଓଡ଼ିଶା ସରକାରଙ୍କଠାରେ କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ସିଜିନାଲ କର୍ମଚାରୀଙ୍କ ଚାକିରି ସର୍ତ୍ତାବଳୀ, ୧୨ ମାସ କାମ କରୁଥିବା ହେଡଚେକରମାନଙ୍କ ସ୍ଥାୟୀ ନିଯୁକ୍ତି, ସର୍ବନିମ୍ନ ମଜୁରୀ ବୃଦ୍ଧି ହୋଇଥିବା ବେଳେ ସିଜିନାଲ ଷ୍ଟାଫ ଦରମା ବୃଦ୍ଧି ହେଉ ନଥିବାରୁ ଆଗାମୀ ଦିନରେ କେନ୍ଦୁପତ୍ର ଶ୍ରମିକମାନେ ଏକ ଦୁର୍ବାର ଆନ୍ଦୋଳନ କରିବା ପାଇଁ ସଂକଳ୍ପ ନେଇଥିଲେ । ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ କାର୍ଯ୍ୟ ଦକ୍ଷତା ପାଇଁ ହେଡଚେକର ସୁରେଶ ପଣ୍ତା, ସର୍କଲ ଚେକର ଚୁଡାମଣି ପାଣିଗ୍ରାହୀ, ବନ୍ଧେଇ ଚେକର ଶ୍ୟାମ ଚନ୍ଦନ, ଚେକର ଲକପତି କୁମ୍ଭାର, ମୁନୁସୀ ବସୁଦେବ ପାଣ୍ତେ, ଚପରାସି ଜେନା ମାହାର, ୱାଚର ଭାର୍ତ୍ତିକ ନାଗ, କେନ୍ଦୁପତ୍ର ତୋଳାଳୀ ଓମ୍‌କାନ୍ତ ସାହୁ ଆଦିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

Leave A Reply

Your email address will not be published.