oom

ଶିକ୍ଷକ ସଂଘର ଆନ୍ଦୋଳନକୁ ସମର୍ଥନ କଲେ ଜିଲ୍ଲା ପରିଷଦ ସଭ୍ୟା ଝରଣା ପାଣିଗ୍ରାହୀ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୩ଦଫା ଦାବୀକୁ ନେଇ ଚାଲିଥିବା ଆନ୍ଦୋଳନରେ ସାମିଲ ହୋଇଥିବା ଗାଇସିଲେଟ ବ୍ଲକ୍ ଶାଖାର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ସମୂହ କାର୍ଯ୍ୟ ବନ୍ଦ ଓ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଆଜି ୩ୟ ଦିବସରେ ପହଞ୍ଚିଛି । ବିଭିନ୍ନ ସମୟରେ ସଂଘକୁ ସରକାର ସେମାନଙ୍କର ଦାବୀ ନେଇ ଟାଳଟୁଳ ନୀତି ଗ୍ରହଣ କରୁଥିବାରୁ ସାଂପ୍ରତିକ ଶିକ୍ଷକ ଆନ୍ଦୋଳନ ଦାବୀ ହାସଲ ନ କରିବା ଯାଏଁ ଓହରିବ ନାହିଁ ବୋଲି ସଂଘର କର୍ମକର୍ତ୍ତାମାନେ ରାଜ୍ୟ ସଂଘକୁ ସମର୍ଥନ କରି ଦୃଢ ଚେତାବନୀ ଦେଇଛନ୍ତି । ଆଜି ଶିକ୍ଷକମାନଙ୍କ ଦାବୀକୁ ସମର୍ଥନ ଜଣାଇ ଭାରତୀୟ ଜନତା ପାର୍ଟିର ନେତ୍ରୀ ତଥା ଜିଲ୍ଲା ପରିଷଦ ସଭ୍ୟା ଝରଣା ପାଣିଗ୍ରାହୀ ଏବଂ ଏମ୍‌.ପି ନମିନି ପ୍ରବୀଣ କୁମାର ପାଣିଗ୍ରାହୀ ଧାରଣା ସ୍ଥଳରେ ପହଞ୍ଚି ଶିକ୍ଷକମାନଙ୍କର ଦାବୀକୁ ସରକାର ତୂରନ୍ତ ମାନିନେବା ଉଚିତ ବୋଲି ଉଦ୍‌ବୋଧନ ଦେଇଥିଲେ । ଗାଇସିଲେଟ ବ୍ଲକ୍‌ର ୧୨୬ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମୋଟ ୨୬୮ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏହି ଗଣଧାରଣାରେ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.