ବଲାଙ୍ଗିର, (କେପିଏନ୍ଏସ୍) : ଆସନ୍ତାକାଲିଠାରୁ ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଆଜି ସଂଧ୍ୟାରେ ସ୍ଥାନୀୟ ଗାନ୍ଧୀ ଷ୍ଟାଡ଼ିଅମ୍ ଠାରେ ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଜିଲ୍ଲାର ସମସ୍ତ ବ୍ଳକ୍ରୁ ସଂଘ କର୍ମକର୍ତ୍ତାମାନେ ଯୋଗଦାନ କରିଥିଲେ । ଆଗାମୀ କାର୍ଯ୍ୟପନ୍ଥା ପାଇଁ ଏୟୁପିଟିଏଫ୍, ଓଜେଟିଏ, ଓପିଟିଏ, ଡିପିଟିଏ, ସିଆଇସିସି, ଏଇଆଇ ପିଇଆଇ ଆଦି ଶିକ୍ଷକ ସଂଗଠନର କର୍ମକର୍ତ୍ତାମାନଙ୍କୁ ନେଇ ଏହି ବୈଠକରେ ଏକ ଷ୍ଟିଅରିଂ କମିଟି ଗଠନ କରାଯାଇଥିବା ଜଣାପଡ଼ିଛି । ତେବେ ଆସନ୍ତାକାଲି ଠାରୁ ଆୟୋଜିତ ହେବାକୁ ଥିବା ଆନ୍ଦୋଳନର ସୁପରିଚାଳନା ପାଇଁ ବ୍ଲକ ସ୍ତରରେ ମଧ୍ୟ କମିଟି ଗଠନ କରାଯାଇଛି । ଦାବୀ ପୂରଣ ନହେଲେ ୧୮ ତାରିଖ ଦିନଠାରୁ ଜିଲ୍ଲାର ସମସ୍ତ ଶିକ୍ଷକ ସମୂହ ଛୁଟି ନେଇ ଧାରଣାରେ ବସିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।