centurian jitm

୮ ଦଫା ଦାବୀରେ ଅଙ୍ଗନୱାଡ଼ି ଲେଡିଜ୍ ୱାର୍କର ସଂଘର ଆନ୍ଦୋଳନ

nschool

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ସାମ୍ନାରେ ୮ ଦଫା ଦାବୀ ନେଇ ଧାରଣାରେ ବସିଛନ୍ତି ଅଙ୍ଗନୱାଡ଼ି କର୍ମୀ । ଶତାଧିକ ଅଙ୍ଗନୱାଡ଼ି କର୍ମୀ ଏକାଠି ହୋଇ ଆଜି ଶିଶୁବିକାଶ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେଇ ଦାବୀ ଗୁଡ଼ିକ ପାଇଁ ଆନ୍ଦୋଳନ କରିଛନ୍ତି । ୨୦୧୮ ମସିହା ଆନ୍ଦୋଳନ ସମୟରେ ବହିଷ୍କୃତ ହୋଇଥିବା ୬ ଜଣ ଅଙ୍ଗନୱାଡ଼ି କର୍ମୀଙ୍କୁ ପୁନଃ ନିଯୁକ୍ତି ପ୍ରଦାନ କରାଯାଉ, ଅଙ୍ଗନୱାଡ଼ି କର୍ମଚାରୀକୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ କରାଯାଉ, ଯେତେ ଦିନ ପର୍ଯ୍ୟନ୍ତ ମାନ୍ୟତା ଦିଆଯାଇ ନାହିଁ ସେତେଦିନ ପର୍ଯ୍ୟନ୍ତ କର୍ମୀମାନଙ୍କୁ ୧୮ ହଜାର ଓ ସହାୟିକାମାନଙ୍କୁ ୯ ହଜାର ଟଙ୍କା ପ୍ରଦାନ କରାଯିବା ସହିତ ଗ୍ରାଜୁଟିରେ ସାମିଲ୍ କରାଯାଉ, ମିନି ଅଙ୍ଗନୱାଡ଼ି ଉଚ୍ଛେଦ କରି ମୁଖ୍ୟ ଅଙ୍ଗନୱାଡ଼ି କର୍ମୀର ମାନ୍ୟତା ପ୍ରଦାନ କରାଯାଉ, ଅଙ୍ଗନୱାଡ଼ି କର୍ମୀ, ଅଙ୍ଗନୱାଡ଼ି ଓ ସହାୟିକାମାନଙ୍କୁ ଅବସରକାଳୀନ ସହାୟତା ରାଶି ୫ ଲକ୍ଷ୍ୟ ଟଙ୍କା ଓ ପେନସନ୍‌ ମାସିକ ୫ ହଜାର ଟଙ୍କା ପ୍ରଦାନ କରାଯାଉ, କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁବରଣ କଲେ ଅଙ୍ଗନବାଡି କର୍ମୀମାନଙ୍କୁ ମୃତ୍ୟୁକାଳୀନ ସହାୟତା ରାଶି ୫ ଲକ୍ଷ ଟଙ୍କା ଦେବା ସହ ପରିବାରରୁ ଜଣଙ୍କୁ ଚାକିରି ଦିଆଯାଉ, ଗାଁ କଲ୍ୟାଣୀ ସମିତିରୁ ଅଙ୍ଗନୱାଡ଼ି କର୍ମଚାରୀଙ୍କୁ ବାଦ ଦିଆଯାଉ ଓ ପୋଷଣ ଟ୍ରକରରେ ଅନଲାଇନ୍ ଲୋକେସନ୍‌କୁ ବନ୍ଦ କରାଯାଉ । ଏ ପ୍ରମୁଖ ଦାବୀକୁ ନେଇ ଆନ୍ଦୋଳନ କରୁଥିବା ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ସିନାପାଲି ବ୍ଲକର ଅଙ୍ଗନବାଡ଼ି କର୍ମୀ ସଭାନେତ୍ରୀ ପ୍ରେମବଲ୍ଲଭି ହରପାଲ, ସମ୍ପାଦିକା ଭାନୁମତୀ ନାୟକ, ଭାନୁପ୍ରିୟା ଜଗତ, ଯାଜ୍ଞସେନୀ ମାଝି ସମେତ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.