ls

ଆନ୍ଦୋଳନରତ ଏଏନଏମ କର୍ମୀଙ୍କୁ ଉଠାଇ ନେଲା ପୋଲିସ

sb

ଭୁବନେଶ୍ୱର : ସ୍ଥାୟୀ ନିଯୁକ୍ତି ଦାବୀକର ଗତ ୨୦୨୦ ନଭେମ୍ବର ୨୮ ତାରିଖରୁ ଦିନରାତି ଆନ୍ଦୋଳନ କରି ଆସୁଥିବା ଏଏନଏମ କର୍ମୀମାନଙ୍କୁ ପୋଲିସ ଉଠାଇନେଇଛି । ଶନିବାର ପୋଲିସ ସେମାନଙ୍କୁ ଲୋୟର ପିଏମଜି ଧାରଣାସ୍ଥଳରୁ ବଳପୂର୍ବକ ଉଠାଇ ନେଇଥିବା ଦେଖିବାକୁ ମିଳିଛି । ଏହି ସମୟରେ ପୋଲିସ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ସହ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ଉପୁଜିଥିଲା । ଏଏନଏମ୍ କର୍ମୀମାନେ ଏହି ସମୟରେ ସରକାରଙ୍କୁ ଚେତାବନୀ ଦେଇ ଘୋଷଣା କରିଥିଲେ ଯେ ସେମାନେ ଆନ୍ଦୋଳନରୁ ହଟିବେନି ଏବଂ ଆଗକୁ ଆହୁରି ଆନ୍ଦୋଳନ ଜୋରଦାର ହେବ । କେବଳ ସାଧାରଣତନ୍ତ୍ର ଦିବସକୁ ସମ୍ମାନ ଜଣାଇ ଉଠିଛନ୍ତି ବୋଲି ଏଏନଏମ କର୍ମୀମାନେ କହିଛନ୍ତି ।

pc pk
Leave A Reply

Your email address will not be published.