ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଏ.ଆଇ.ଟି.ୟୁ.ସି ସହ ଅନୁବନ୍ଧିତ ନିଖିଳ ଓଡିଶା କର୍ମୀ ସଂଘର ୭ମ ରାଜ୍ୟ ସମ୍ମିଳନୀ ଗତ ୭ ଓ ୮ ତାରିଖ ଦୁଇ ଦିନଧରି ସମାହିତ ହୋଇଯାଇଛି । ଯାହାକି ରବିବାର ଅପରାହ୍ନରେ ଏହି ରାଜ୍ୟସ୍ତରୀୟ ସମ୍ମିଳନୀ ଉଦଯାପିତ ହୋଇଯାଇଛି । ଏହି ସମ୍ମିଳନୀରେ ଅଶୋକ ଦାଶ, ନିର୍ଝରବାଳା ସାହୁ, ମାଣିକେଶ୍ୱରୀ ପଟ୍ଟନାୟକଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀରେ ସଭା ପରିଚାଳନା ହୋଇଥିଲା । ସାଧାରଣ ସମ୍ପାଦିକା ହରପ୍ରିୟା ସ୍ୱାଇଁ ରିପୋର୍ଟ ଉପସ୍ଥାପନା କରିଥିଲେ । କୋଷାଧ୍ୟକ୍ଷ ସୌଦାମିନୀ ଦାଶ ଓ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରତିନିଧିମଣ୍ଡଳୀ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଅଙ୍ଗନୱାଡି କର୍ମୀ ସହାୟିକାଙ୍କ ଭତ୍ତା ବୃଦ୍ଧି ପାଇଁ ଗତ ବିଧାନସଭା ନିର୍ବାଚନ ସମୟରେ ସରକାର ଘୋଷଣା କରିଥିଲେ ମଧ୍ୟ ତାହା ଏପ୍ରର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ, ତେଣୁ ଏ ନେଇ ଅତ୍ୟନ୍ତ କ୍ଷୋଭ ପ୍ରକାଶ ପାଇଛି । ତେଣୁ ପ୍ରତିଶୃତି ଅନୁଯାୟୀ ତୁରନ୍ତ ଭତ୍ତାବୃଦ୍ଧି କରିବା ସହ ଜାତୀୟ ଶ୍ରମ ସମ୍ମିଳନୀ ଅନୁସାରେ ୱାର୍କରର ମାନ୍ୟତା, ସାମାଜିକ ନିରାପତ୍ତା ଦାବିରେ ଆଗାମୀ ଏପ୍ରିଲ ୨୧ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ନୂଆଦିଲ୍ଲୀସ୍ଥ ପାର୍ଲିଆମେଣ୍ଟ ସମ୍ମୁଖରେ ହେଉଥିବା ଗଣଧାରଣା ଦିଆଯିବ ବୋଲି ମତପ୍ରକାଶ ପାଇଛି । ଏଥିପାଇଁ ଓଡିଶାରୁ ତିନି ହଜାର ଅଙ୍ଗନୱାଡି କର୍ମୀ ସହାୟିକା ଯୋଗ ଦେବା ସହ ରାଜ୍ୟର ବିଭିନ୍ନ ଦାବି ନେଇ ବ୍ୟାପକ ଗଣସଂଗ୍ରାମ ନିମନ୍ତେ ଆହ୍ୱାନ ଦିଆଯାଇଛି । ଆଗାମୀ ତିନି ବର୍ଷପାଇଁ ସଭାପତି ଭାବେ ଅଶୋକ ଦାଶ, ସାଧାରଣ ସମ୍ପାଦିକା ଭାବେ ହରପ୍ରିୟା ସ୍ୱାଇଁ, କାର୍ଯ୍ୟକାରୀ ସଭାପତି ଭାବେ ବିଜୟ ଜେନା, ଉପ-ସଭାପତି ମମତାଜ୍ ଖୁଣ୍ଟିଆ, ନିର୍ଜରା ବାଳା ସାହୁ, କମଳା ମୁର୍ମୁ, ନୀଳକଣ୍ଠ ଦାଶ, ମନୋଜ ପରିଡା, ଲକ୍ଷ୍ମୀପ୍ରିୟା ଦାଶ, ସହସମ୍ପାଦିକା ପ୍ରତିଭା ପାଲ, ବିଷ୍ଣୁପ୍ରିୟା ଜେନା, ନର୍ମଦା ନାହାକ, ସମ୍ପାଦିକା ଭାବେ ପ୍ରତିମା ଦାଶ, ଆରତୀ ମହାପାତ୍ର, ସ୍ଵର୍ଣ୍ଣଲତା ପ୍ରଧାନ, ଗୀତା ଦେଵୀ, କଲ୍ୟାଣୀ ସାହୁ କୋଷାଧ୍ୟକ୍ଷା ଭାବେ ସୌଦାମିନି ଦାଶ, ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ସମେତ ୩୭ ଜଣିଆ କାର୍ଯ୍ୟକାରୀ କମିଟି ଗଠିତ ହୋଇଛି । ସମ୍ମିଳନୀକୁ ସଫଳ କରିବାରେ ବାସନ୍ତୀ ସାହୁ, ମାଣିକେଶ୍ୱରୀ ପଟ୍ଟନାୟକ, ମିନାକ୍ଷୀ ପ୍ରଧାନ, ଦମୟନ୍ତୀ ଦୋରା, ମିତା ମିଶ୍ର, ଉମାରାଣୀ ପାତ୍ର, ଲକ୍ଷ୍ମୀ ପ୍ରଧାନ, ସକାମ୍ବାରୀ ବାରିକ, ରୀତା ଦାଶ ଲୀଳାବତୀ ଦୋରା ପ୍ରମୁଖ ବହୁ ଗଣ୍ୟମାନ୍ୟ ନେତ୍ତୃବର୍ଗ ଯୋଗଦେଇଥିଲେ ।