ତିନିଦିନରେ ପହଞ୍ଚିଲା ଝରପୋଖରୀ ଗ୍ରାମର ପଥର-କ୍ୱାରୀ ବନ୍ଦ ଆନ୍ଦୋଳନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଝରପୋଖରୀ ଗ୍ରାମ ବାସିନ୍ଦା ପଥର କ୍ୱାରୀ ବନ୍ଦ କରିବା ଦାବୀ, ଅନଶନ ତିନିଦିନରେ ପହଞ୍ଚିଲା । ଅଦ୍ୟାବଧି ଆନ୍ଦୋଳନ ଜାରି ରହିଛି । ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଅତ୍ୟନ୍ତ ପରିତାପର ବିଷୟ ହୋଇଛି । ଗ୍ରାମବାସୀ ନିଜ ନିଜର କାମ ଧନ୍ଦା ବନ୍ଦ କରିବା ଫଳରେ ସେମାନଙ୍କ ଜୀବିକାରେ ମଧ୍ୟ ବାଧକ ସୃଷ୍ଟି ହୋଇଛି । ପ୍ରକାଶ ଥାଉକି, ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରୁ ମାତ୍ର ୫ କି.ମି ଦୂର ଝରପୋଖରୀ ଗ୍ରାମର ବାସିନ୍ଦା ପଥର କ୍ୱାରୀ ବନ୍ଦ ଦାବି କରିଛନ୍ତି । ପାହାଡ ଉପରେ ପଥର ବ୍ଲାଷ୍ଟ୍ କରିବା ଦ୍ୱାରା ଗ୍ରାମର ଘର ବସ୍ତି ଉପରେ ଅହେତୁକ କ୍ଷତିଗ୍ରସ୍ତ ହେଉଛି । ପଥର ମାଫିଆରାଜ୍‌କୁ ବନ୍ଦ କରିବା ନେଇ ଅନଶନ ଜାରି ରଖିଛନ୍ତି ଗ୍ରାମବାସୀ । ଗଞ୍ଜାମ ଜିଲ୍ଲା ପ୍ରଶାସନ ଠାରେ ଅଭିଯୋଗ କରିବା ସାଂଗକୁ ପଥର ବ୍ଲାଷ୍ଟ ଶିଳ୍ପାୟନ ସମ୍ମୁଖରେ ଦୈନିକ ୧୨ ଘଣ୍ଟା ଧରି ପ୍ରତିବାଦ ସ୍ୱରୂପ ସ୍ୱର ଉତ୍ତୋଳନ ବିକ୍ଷୋଭ ପ୍ରଦର୍ଶନ କରିଆସିଛନ୍ତି । ଗଞ୍ଜାମ ଜିଲ୍ଲା ପ୍ରଶାସନ ଏଦିଗରେ ତୁରନ୍ତ ବିହିତ ସମାଧାନ କରି ଝରପୋଖରୀ ଗ୍ରାମ ବାସିନ୍ଦା ଙ୍କର ଉଚିତ୍ ନ୍ୟାୟ ପ୍ରଦାନ କରିବା ଜରୁରୀ ହୋଇଛି ।

Leave A Reply

Your email address will not be published.