ମାସିଏ ଭିତରେ କଲ୍ୟାଣ ମଣ୍ଡପ ପୁନଃ କାର୍ଯ୍ୟକ୍ଷମ ହେଉ, ନଚେତ ଦୁର୍ବାର ଆନ୍ଦୋଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ଲୋକନାଥ ମନ୍ଦିର ନିକଟସ୍ଥ ସର୍ବପ୍ରଥମ କଲ୍ୟାଣ ମଣ୍ଡପକୁ ପୁନଃ କାର୍ଯ୍ୟକ୍ଷମ ଦାବୀରେ ବଲାଙ୍ଗିର ନଗର କଂଗ୍ରେସ ଉପ ଜିଲ୍ଲାପାଳ ଅଫିସ ଘେରିଛି । ୯୦ ଦଶକରେ ତିଆରି ହୋଇଥିବା ଏହି କଲ୍ୟାଣ ମଣ୍ଡପ ସମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅୟୋଜନ ପାଇଁ ଜନତାଙ୍କ ପ୍ରଥମ ପସନ୍ଦ ଥିଲା । କିନ୍ତୁ ଷଡଯନ୍ତ୍ର ତଥା କ୍ରମାଗତ ଅବହେଳା ଯୋଗୁଁ ଆଜି ଏହି ମଣ୍ଡପ ବନ୍ଦ ହୋଇପଡି ରହିଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ତେବେ ଅସନ୍ତା ମାସିଏ ଭିତରେ ଏହାର ପୁୁନଃ ଉଦ୍ଧାର ଓ ପୁନଃ କାର୍ଯ୍ୟକ୍ଷମ କରାନଗଲେ ନଗର କଂଗ୍ରେସ ଆନ୍ଦୋଳନ କରିବାକୁ ବାଧ୍ୟ ହେବ ବୋଲି ନଗର କଂଗ୍ରେସ ସଭାପତି ବୁଲୁ ଦାନୀ ଉପ ଜିଲ୍ଲାପାଳଙ୍କୁ ଚେତାଇ ଦେଇଛନ୍ତି ।

Leave A Reply

Your email address will not be published.