centurian jitm

୧୩ ମାସ ହେଲା ଅଙ୍ଗନୱାଡି କେନ୍ଦ୍ର ବନ୍ଦ, ସମାଧାନ ନ ହେଲେ ଆନ୍ଦୋଳନ କରିବାକୁ ଗଞ୍ଜାମ ବ୍ଲକ କୁଜିଢେପା ଗ୍ରାମବାସୀଙ୍କର ଚେତାବନୀ :

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ବ୍ଲକ ଅନ୍ତର୍ଗତ କୁଜିଢେପା ଗ୍ରାମରେ ଥିବା ଅଙ୍ଗନୱାଡି କେନ୍ଦ୍ର ୧୩ ମାସ ହେଲା ବନ୍ଦ ରହିଛି । ଫଳରେ ଗର୍ଭବତୀ, ଶିଶୁମାନେ ବିଶେଷ ପ୍ରଭାବିତ ହୋଇଛନ୍ତି । ଖାଦ୍ୟ ଯୋଗାଣ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ପରୀକ୍ଷା, ଔଷଧ ବଣ୍ଟନ, ପାଠପଢ଼ା ଓ ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହୋଇପାରୁନି । ଦୀର୍ଘ ମାସ ହେଲା ଓଡ଼ିଶା ଅଙ୍ଗନୱାଡି କର୍ମୀଙ୍କ ମଧ୍ୟରେ ଚାଲିଥିବା ବିବାଦ ଯୋଗୁ ଗର୍ଭବତୀ ଓ ଶିଶୁମାନେ ସମସ୍ୟା ଦେଇ ଗତି କରୁଛନ୍ତି । ଉକ୍ତ ଅଙ୍ଗନୱାଡି କେନ୍ଦ୍ର ୯ ମାସ ହେଲା ବନ୍ଦ ରହିବା ପରେ ୩ ମାସ ହେଲା କେବଳ ଖାଦ୍ୟ କେନ୍ଦ୍ରର ସହାୟିକାଙ୍କ ଦ୍ୱାରା ବଣ୍ଟନ ହେଉଥିଲା ତାହା ମଧ୍ୟ ପୁଣି ବନ୍ଦ ହୋଇଯାଇଛି । ୪ ତାରିଖରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଦ୍ୱାରା ଗାଁରେ ବୈଠକ ହୋଇଥିଲା । ଏହାସତ୍ତ୍ୱେ ସମସ୍ୟା ସମଧାନ ନ ହେବାରୁ ସୋମବାର ଗ୍ରାମବାସୀ ଛତ୍ରପୁର ଆସି ଜିଲ୍ଲାପାଳଙ୍କ ଅନୁପସ୍ଥିତ ଥିବାରୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ଭେଟି ଏସମ୍ପର୍କରେ ଆଲୋଚନା କରିଥିଲେ । ଏ ନେଇ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବୁଧବାର ପର୍ଯ୍ୟନ୍ତ ସମୟ ମାଗିଛନ୍ତି । ଗାଁର ଭଦ୍ରବ୍ୟକ୍ତି ଯତିରାଜ ପ୍ରଧାନ କହିଛନ୍ତି । ଏସମ୍ପର୍କରେ ପୂର୍ବରୁ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ଜିଲ୍ଲାପ୍ରଶାସନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ସିଡିପିଓଙ୍କୁ ଜଣାଇଥିଲୁ । ଏବେ ୨ ଦିନ ସମୟ ମଗାଯାଇଛି, ସମସ୍ୟା ସମାଧାନ ନ ହେଲେ ଗୁରୁବାର ଆଇନର ଆଶ୍ରୟ ନେବୁ ଏବଂ ଗ୍ରାମବାସୀ ରାଜରାସ୍ତାରେ ଆନ୍ଦୋଳନ କରିବୁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ସିଡିପିଓ ଘଣ୍ଟ ଘୋଡାଉ ଥିବାନେଇ ଗାଁ ସଭାପତି ଅଶୋକ କୁମାର ସ୍ୱାଇଁ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.