କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ସ୍ଵାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘ ପକ୍ଷରୁ ଦୁଇ ଦଫା ଦାବି ନେଇ ଆନ୍ଦୋଳନ ପାଇଁ ଚେତାବନୀ ଦିଆଯାଇଛି । ଜିଲ୍ଲାର ୧୩ଟି ବ୍ଲକର ୨୬ ଜଣ ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ଆଜିଠାରୁ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଜାରି ରଖିଥିବା ସୋମବାର ସନ୍ଧ୍ୟାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ସମାନ ଭାବେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରାଯାଇଥିବା ସଂଘ ସ୍ପଷ୍ଟ କରିଛି । ଦୁଇ ଗୋଟି ଦାବୀ ଯଥା ଜନସ୍ଵାସ୍ଥ୍ୟ ପରିଚାଳନା ପଦବୀ ସୃଷ୍ଟି ଓ ଚାକିରୀ ସ୍ଥାୟୀ ଦାବୀ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସରକାର ଦାବୀ ପୂରଣ ନ କରିବା ଯାଏଁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ସଂଘର କର୍ମକର୍ତ୍ତା ଆଜି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଦାବୀ ପୂରଣ ନହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ମଧ୍ୟ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଭାବନୀ ଶଙ୍କର ସିଂ, ଜ୍ଞାନେନ୍ଦ୍ର ଭୋଇ, ସଧାରଣ ସମ୍ପାଦକ, ପ୍ରିୟ ରଞ୍ଜନ ପଣ୍ଡା, ଅମୂଲ୍ୟ ନାୟକ ପ୍ରମୁଖ କର୍ମକର୍ତ୍ତାଙ୍କ ସମେତ ଜିଲ୍ଲାର ବିଭିନ୍ନ ବ୍ଲକର କର୍ମଚାରୀମାନେ ଯୋଗଦେଇଥିଲେ ।
Next Post