oom

ଜିଲ୍ଲାପାଳଙ୍କ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେବାଳୟ ସୁରକ୍ଷା କମିଟି ପକ୍ଷରୁ ଆସନ୍ତା କାଲି ହେବାକୁ ଥିବା ଦେବୋତ୍ତର ବିଭାଗର ଅବହେଳା ଯୋଗୁଁ ଅସୁରକ୍ଷିତ ମାଁ ପାଟଣେଶ୍ୱରୀ ଓ ସମଲେଶ୍ୱରୀ ମନ୍ଦିର ବିଭିନ୍ନ ସମସ୍ୟାକୁ ନେଇ ପ୍ରତିବାଦ ସଭା ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଗଲା । ମାଁ ପାଟଣେଶ୍ୱରୀଙ୍କ ମକୁଟ ମରାମତି ହେବ ଏବଂ ନବରାତ୍ର ପାଇଁ ମନ୍ଦିରରେ ରଙ୍ଗ ଲଗାହେବା ସହ ସି.ସି. କେମେରାର ବ୍ୟବସ୍ଥା କରାଯିବ ଏବଂ ମାଁ ସମଲେଶ୍ୱରୀଙ୍କ ମନ୍ଦିରରେ ଭଗ୍ନ ମୁର୍ତ୍ତି ଗୁଡିକ ବଦଳରେ ନୂତନ ମୁର୍ତ୍ତି ସ୍ଥାପନ କରାଯିବା ସହ ପ୍ରାଣ ପ୍ରତିଷ୍ଠା କରାଯିବ । ସୂଚନା ଯେ ଆଜିର ଏହି ଆଲୋଚନାରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଏଡିଏମ୍‌ଓ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ତରଣି ସୁନା, ପୁର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ନରେନ୍ଦ୍ର ଘଡେଇ, ଦେବୋତ୍ତର ବିଭାଗର ମେନେଜର ସୁଧିର କୁମାର ଦାଶ ସହ ଆଲୋଚନା ହେଲା ପରେ ଆନନ୍ଦୋଳନକୁ ସ୍ଥଗିତ ରଖାଗଲା । ଆସନ୍ତା କାଲି ଉଭୟ ମନ୍ଦିରକୁ ପ୍ରଶାସନ ତଦାରଖ କରାଯିବାର ପ୍ରତିଶୃତି ଦେଇଛନ୍ତି । ଦେବାଳୟ ସୁରକ୍ଷା କମିଟିର ମନୋରଂଜନ ପୁରୋହିତ, ପ୍ରେସ କ୍ଲବ ସଭପାତି ଅରୁଣ କୁମାର ମିଶ୍ର, ସମଲେଇ ମନ୍ଦିର ଆଳତି କମିଟିର ବିକାଶ ସା ଓ ଦେବାଳୟ ସୁରକ୍ଷା କମିଟିର ଆବାହକ ପ୍ରଶାନ୍ତ ମହାକୁର ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.