ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ବନମହୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହାବିଦ୍ୟାଳୟର ଏନ୍.ଏସ୍.ଏସ୍. ୟୁନିଟ୍‌ ଦ୍ୱାରା ଏନ୍.ଏସ୍.ଏସ୍ ସ୍ୱେଚ୍ଛାସେବୀ ମାନେ ମହାବିଦ୍ୟାଳୟର ପଡିଆ ଠାରେ ବୃକ୍ଷରୋପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଏନ୍.ଏସ୍.ଏସ୍‌.ର ବିଭାଗୀୟ ଅଧିକାରୀ ଅଧ୍ୟାପକ ସଞ୍ଜୟ ଟିଗା ଏବଂ ଅଧ୍ୟାପିକା ବୁନୀ ସାହୁ ପରିଚାଳନା କରିଥିଲେ । ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ପ୍ରଥମେ ବୃକ୍ଷରୋପଣର ଶୁଭାରମ୍ଭ କରିଥିଲେ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ବୃକ୍ଷରୋପଣର ଉପକାରିତା ଉପରେ ଦିଗ୍‌ଦର୍ଶନ ଦେଇଥିଲେ । ପ୍ରାଧ୍ୟାପକ ଡ. ବିରଞ୍ଚି ସାହୁ ମଧ୍ୟ ବୃକ୍ଷରୋପଣ କରି ତାର ଯତ୍ନ ନେବାକୁ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ଅଧ୍ୟାପିକା ସସ୍ମିତା ମେହେର ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଉପରୋକ୍ତ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବରେ ପ୍ରକୃତି ବନ୍ଧୁ ମୀନକେତନ ସାହୁ ଯୋଗଦାନ କରିଥିଲେ । ସ୍ୱେଚ୍ଛାସେବୀ ମାନେ ତିନୋଟି ଗ୍ରାମ ଯଥା ଚାରପାଲି, ସିଂହନପୁର ଏବଂ ବରିକେଲ ଯାଇ ବୃକ୍ଷରୋପଣ କରିଥିଲେ ଏବଂ ଜନସାଧାରଣଙ୍କୁ ବୃକ୍ଷରୋପଣର ବିଷୟ ଉପରେ ବୁଝାଇଥିଲେ । ଛାତ୍ର ପ୍ରିତିନିଧି ଭାବରେ ବୃନ୍ଦାବନ ରଣା, ଅକ୍ଷୟ କୁମାର କୁମ୍ଭାର, ବାବଲୁ ପ୍ରଧାନ, ଆଦିତ୍ୟ ମେହେର, ଆଲୋକ, ବିଶ୍ୱରଂଜନ, କ୍ଷିରେଶ୍ୱର, ପ୍ରତାପ, ସୁଜିତ, ତ୍ରିଭୂତି ଏବଂ ଛାତ୍ରୀ ସୁରେଶ୍ଵରୀ, ପୂଜା, ପଦ୍ମିନୀ, ରେଣୁକା, ରୀନା, ସୁଜାତା, ସସ୍ମିତା, ଦୀପାଞ୍ଜଳି, ଜୟଶ୍ରୀ, ବର୍ଷା, ତିଳୋତ୍ତମା, ମୋନାଲିସା ପ୍ରମୁଖ ଯୋଗଦାନ କରିଥିଲେ ।

jittmm
Leave A Reply

Your email address will not be published.