ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଛାତ୍ରାବାସ ହଷ୍ଟେଲ ପ୍ରିମିଅର ଲିଗ୍ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଛାତ୍ରାବାସର ୧୨ ତମ ହଷ୍ଟେଲ ପ୍ରିମିଅର ଲିଗ୍ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଲଲିତେନ୍ଦୁ ନାୟକଙ୍କ କର କମଳରେ ଉଦ୍‌ଘାଟିତ ହୋଇଯାଇଛି । ଛାତ୍ରାବାସ ଅଧିକ୍ଷକ ଡ. ବିରଞ୍ଚି ସାହୁ, ଉପଅଧିକ୍ଷକ ଓମ ପ୍ରକାଶ ଶତନାମୀ, ପଦାର୍ଥ ବିଜ୍ଞାନ ଅଧ୍ୟାପକ ସଦାନନ ଭୋଇ ଛାତ୍ରମାନଙ୍କୁ ଉତ୍ସାହିତ କରି ପ୍ରଥମ ମ୍ୟାଚ ଆରମ୍ଭ କରିଥିଲେ । ରେଫରି ମଦନ ମୋହନ ସୁନା, ଆକାଶ କୁମାର ତାଣ୍ତି କରିଥିବା ବେଳେ ସ୍କୋରର ପ୍ରବୀଣ କୁମାର ପଣ୍ତା ମ୍ୟାଚ ପରିଚାଳନା କରିଥିଲେ । ଏଥିରେ ଛାତ୍ର ପ୍ରତିନିଧିମାନେ ପ୍ରୀତିଶ୍ କୁମାର ବାଗ, ଅଭିଷେକ କୁମାର ନାଗ, ସୌରଭ ମିଶ୍ର, ଆକାଶ କୁମାର ନାୟକ, ବିପ୍ଲବ ନାଏକ ପ୍ରମୁଖ ସହଯୋଗ କରିଥିଲେ । ଉକ୍ତ ପ୍ରିମିଅର ଲିଗ୍ ଚାରିଦିନ ପର୍ଯ୍ୟନ୍ତ ଚାଲି ତାରିଖ ୧୩/୧୧ ଶନିବାର ଦିନ ଶେଷ ହେବ ବୋଲି ଅଧିକ୍ଷକ ଜଣାଇଛନ୍ତି । ଆଜି ପ୍ରଥମ ଏବଂ ଦ୍ବିତୀୟ ମ୍ୟାଚରେ ଗୋରଡେନ ବେଟରସ୍ ଏବଂ ପାଏରେଟସ ଇଲେଭେନ ବିଜେତା ହୋଇଥିଲେ ।

Leave A Reply

Your email address will not be published.