ହିଞ୍ଜିଳି ବ୍ଲକ ଦାରୁଭଦ୍ରା ପଞ୍ଚାୟତ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଳା ହିଞ୍ଜିଳି ବ୍ଲକ ଅନ୍ତର୍ଗତ ଦାରୁଭଦ୍ରା ପଞ୍ଚାୟତ ସରପଞ୍ଚ ବିକାଶ ସେଠୀଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ ନିଜ ପଞ୍ଚାୟତର ୱାର୍ଡ ସଭ୍ୟ ଗଣ । ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟ ଏବଂ ଏକଛତ୍ରବାଦକୁ ନେଇ ୱାର୍ଡ ସଭ୍ୟସଭ୍ୟାଙ୍କ ଆନ୍ଦୋଳନକୁ ଜୋରଦାର ହୋଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ଠାରେ ଅଭିଯୋଗ କରିଛନ୍ତି । ଏନେଇ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଣାଯାଇ ବୁଧବାର ଉକ୍ତ ପଞ୍ଚାୟତର ୧୨ ଜଣ ୱାର୍ଡ ସଭ୍ୟସଭ୍ୟା ଛତ୍ରପୁର ଉପ ଜିଲ୍ଲାପାଳଙ୍କୁ ଭେଟିଛନ୍ତି । ଅନାସ୍ଥା ପ୍ରସ୍ତାବ ଆଗତ କରି ଅଭିଯୋଗ ପତ୍ର ଦାଖଲ କରିଛନ୍ତି । ଏମାନଙ୍କ ପକ୍ଷରୁ କୁହାଯାଇଛି ଯେ, ୧୨ ଜଣ ୱାର୍ଡ ସଭ୍ୟସଭ୍ୟା ଗତ ୭ ତାରିଖରେ ନିମେଶ୍ୱର ମନ୍ଦିର ନିକଟସ୍ଥ ମଣ୍ଡପରେ ବୈଠକ କରି ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ସର୍ବସମ୍ମତି ନିଷ୍ପତ୍ତି ହୋଇଥିଲା । ଏମାନଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି ଯେ’ ସରପଞ୍ଚ ମାସିକ ପାଞ୍ଚାୟତ ବୈଠକ ପ୍ରାରମ୍ଭରେ କେବଳ ଭାଷଣ ଆରମ୍ଭ କରି ଭାଷଣରେ ହିଁ ବୈଠକ ସମାପ୍ତ କରଆସି ଥାଆନ୍ତି । ଏଥିସହ ପଞ୍ଚାୟତର ଉନ୍ନୟନ ପାଣ୍ଠି କୋଉଠି କିଭଳି ଭାବେ ଖର୍ଚ୍ଚ ହେଉଛି ଏମାନଙ୍କୁ ଜଣାଯାଉନାହିଁ । ପାନୀୟ ଜଳ ଯୋଗାଣରେ ତ୍ରୁଟିର ସମାଧାନ ହେଉ ନ ଥିବା ଅନେକ ଗୁଡିଏ ଉଦାହରଣ ଦର୍ଶାଇଛନ୍ତି । ପଞ୍ଚାୟତକୁ ଆସିଥିବା ବିଭିନ୍ନ ଯୋଜନାର କାର୍ଯ୍ୟ ହାତକୁ ନେଇ ବହୁ ଅର୍ଥ ବାଟମାରଣା ହୋଇଥିବା ନେଇ ମଧ୍ୟ ପ୍ରଶାସନ ଠାରେ ଅଭିଯୋଗ କରିଛନ୍ତି । ଖୁବ୍ ଶୀଘ୍ର ଏହି ଆଗତ ଅନାସ୍ଥା ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ଯଥା ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଛତ୍ରପୁର ଉପ ଜିଲ୍ଲାପାଳଙ୍କୁ ଗ୍ରାମବାସୀଙ୍କ ତରଫରୁ ୧୨ ଜଣ ୱାର୍ଡ ସଭ୍ୟସଭ୍ୟା ଦାବୀ କରିଛନ୍ତି ।

Leave A Reply

Your email address will not be published.