ହୁମ୍ମା ସରପଞ୍ଚଙ୍କ ନାମରେ ଅନାସ୍ତା ପ୍ରସ୍ତାବ ଆଗତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ଗ୍ରାମପଞ୍ଚାୟତର ସରପଞ୍ଚ ଜାନକୀ ଦାସଙ୍କ ନାମରେ ଆସିଛି ଅନାସ୍ତା ପ୍ରସ୍ତାବ । ସରପଞ୍ଚ ଜାନକୀ ଦାସଙ୍କ ନାମରେ ଆଣିଥିବା ଅନାସ୍ତା ପ୍ରସ୍ତାବରେ ଶୁକ୍ରବାର ସର୍ବମୋଟ ୧୬ ଜଣ ୱାର୍ଡ଼ ସଦସ୍ୟଙ୍କ ମଧ୍ୟରୁ ୧୫ ଜଣ ୱାର୍ଡ଼ ସଦସ୍ୟ/ ସଦସ୍ୟା ଗଣ ଛତ୍ରପୁର ଉପ-ଜିଲ୍ଲାପାଳଙ୍କୁ ଶୁକ୍ରବାର ଭେଟି ଏନେଇ ଅଭିଯୋଗ ମାଧ୍ୟମରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଗତ ତିନି ବର୍ଷ ହେଲା ସମସ୍ତ ସରକାରୀ ଅନୁଦାନ, ସହାୟତା ଓ ଉନ୍ନୟନ ମୂଳକ କାର୍ଯ୍ୟ ଠପ୍ ହୋଇଯାଇଛି ବୋଲି ୱାର୍ଡ଼ ସଦସ୍ୟଗଣ ଗଣମାଧ୍ୟମ ଆଗରେ ମତବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.