centurian jitm

କଣ୍ଟାବାଞ୍ଜି ଡାକ୍ତରଖାନା ସମସ୍ୟାକୁ ନେଇ ପ୍ରେସକ୍ଲବ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ

nschool

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜି ସରକାରୀ ଡ଼ାକ୍ତରଖାନାର ଅବ୍ୟବସ୍ଥା ବିରୁଦ୍ଧରେ ଆଜି ଠାରୁ ଡାକ୍ତରଖାନା ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଅନଶନ କରିଛି ପ୍ରେସ କ୍ଲବ୍ କଣ୍ଟାବାଞ୍ଜି । ଏନେଇ ପୂର୍ବରୁ ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳ ବଲାଙ୍ଗିରଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ଦିଆଯାଇଥିଲା । ଦାବୀ ଉପରେ ସମାଧାନ କରିବା ବଦଳରେ କଣ୍ଟାବାଞ୍ଜିରେ କାର୍ଯ୍ୟରତ ୨ ଡାକ୍ତର ଦେବାଶିଷ ତ୍ରିପାଠୀ, ଡାକ୍ତର ମନୀଷ ହୋତାଙ୍କୁ ବଦଳି କରିବା ଘଟଣାକୁ ସଂଗଠନ ନିନ୍ଦା କରିଛି ଓ ଆଜିଠାରୁ ହେଉଥିବା ଆନ୍ଦୋଳନରେ ସମସ୍ତ ଅଞ୍ଚଳବାସୀ ଯୋଗଦେବା ପାଇଁ ସୂଚନା ରହିଛି । ଆନ୍ଦୋଳକାରୀ ମାନଙ୍କ ପ୍ରମୁଖ ଦାବୀ ଗୁଡିକ ମଧ୍ୟରେ କଣ୍ଟାବାଞ୍ଜି ଡାକ୍ତରଖାନାର ଡାକ୍ତରଙ୍କ ସହିତ ସମସ୍ତ କର୍ମଚାରୀଙ୍କୁ ବାୟୋମେଟ୍ରିକ ଉପସ୍ଥାପନ ବାଧ୍ୟତାମୂଳକ କରିବା, ଡାକ୍ତର ଡ୍ୟୁଟି ଚାର୍ଟ ସାର୍ବଜନୀନ କରାଯାଉ, ସମସ୍ତ ବିଶେଷଜ୍ଞ ଡାକ୍ତରଙ୍କ ବର୍ହି ବିଭାଗରେ ଡ୍ୟିଟି ସକାଳ ଓ ସନ୍ଧ୍ୟାରେ କରାଯାଉ, କଣ୍ଟାବାଞ୍ଜି ଡାକ୍ତରଖାନାରେ ଥିବା ଏମସିଏଚ୍‌ରେ ବହୁ ଅବ୍ୟବସ୍ଥା ଲାଗୁ ରହିଛି ତାହା ତୁରନ୍ତ ପ୍ରତିକାର କରିବା, କଣ୍ଟାବାଞ୍ଜି ଡାକ୍ତରଖାନାକୁ ଆସିଥିବା ନୂଆ ଏକ୍ସ-ରେ ମେସିନ ଖତ ଖାଉଛି ଏହାକୁ ଅବିଲମ୍ୱ ଆରମ୍ଭ କରିବା, କଣ୍ଟାବାଞ୍ଜି ଡାକ୍ତରଖାନାରେ ଖାଲି ଥିବା ସମସ୍ତ କର୍ମଚାରୀ ପଦବୀ ତୁରନ୍ତ ପୂରଣ କରିବା, କଣ୍ଟାବାଞ୍ଜି ଡାକ୍ତରଖାନା ମହିଳା ଶିଶୁ ପ୍ରସୂତି ବିଶେଷଜ୍ଞଙ୍କ ବହି ବିଭାଗ ପ୍ରତିଦିନ କରିବା, କଣ୍ଟାବାଞ୍ଜି ପିପିସିରେ ସ୍ଥାୟୀ ଭାବେ ଏଲ୍‌ଏଚ୍‌ବି ଓ ଅନ୍ୟ କର୍ମଚାରୀ ନିଯୁକ୍ତି କରିବା, କଣ୍ଟାବାଞ୍ଜି ଡାକ୍ତରଖାନା ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ରହିଛି ଏହା ଉପରେ ଦୃଷ୍ଟି ନିୟମିତ ଦିଆଯାଉ, ପାଣି ସମସ୍ୟାର ମଧ୍ୟ ପ୍ରତିକାର କରିବା, ଡାକ୍ତରଖାନାରେ ଡାକ୍ତର ମାନେ ଅର୍ନ୍ତ ବିଭାଗ ରୋଗୀ ସେବା ପାଇଁ ରାଉଣ୍ଡ କରୁ ନାହାନ୍ତି ପ୍ରତିଦିନ ସକାଳ ଓ ସନ୍ଧ୍ୟା ସମୟରେ ରାଉଣ୍ଡ କରାଯିବା, ନିଦାନ ଓ ନିରାମୟ ସେବା ୨୪ଞ୍ଚ୭ ଯୋଗାଇ ଦିଆଯିବା, ଡାକ୍ତରଖାନାରେ ଲେବର ରୁମ୍ (ପ୍ରସବ ଗୃହ) ଓ ଡ୍ରେସିଂଗ ରୁମ୍‌ରେ ବ୍ୟାପକ ଭାବେ ଅର୍ଥ କାରବାର ହେଉଛି ଏହା ଉପରେ ତୁରନ୍ତ ପଦକ୍ଷେପ ନିଆଯିବା, ଡାକ୍ତରଖାନା ସମସ୍ତ କର୍ମଚାରୀଙ୍କୁ ୟୁନିଫମ ଓ ଆଇଡେନ୍ଟି କାର୍ଡ ବାଧ୍ୟତାମୂଳକ କରାଯିବା, କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତରଖାନାକୁ ଉପଖଣ୍ଡ ଡାକ୍ତରଖାନାର ମାନ୍ୟତା ଦିଆଯିବା ଆଦି ଦାବୀ ରହିଛି ।

Leave A Reply

Your email address will not be published.