ହଷ୍ଟେଲରେ ଅଣହିନ୍ଦୁ ଛାତ୍ର ରୋଷେଇ କଲେ ଗୋ-ମାଂସ

  • ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ପ୍ରତିବାଦ ଓ ବିରୋଧର ସ୍ୱର ବହ୍ନି ଜଳି ଉଠିଲା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପକଣ୍ଠ ରଙ୍ଗେଇଲୁଣ୍ଡା ବ୍ଲକ୍ ଶୀତଳାପଲ୍ଲୀ ଠାରେ ଅବସ୍ଥାପିତ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟରେ ଚାପା ଉତ୍ତେଜନା ଦେଖାଦେଇଛି । ହଷ୍ଟେଲ୍‌ ଭିତରେ କିଛି ଅଣ-ହିନ୍ଦୁ ଛାତ୍ର ଗୋ-ମାଂସ ରୋଷେଇ କରିଛନ୍ତି । ଏହା ଜଣାପଡ଼ିବା ପରେ ଛାତ୍ରଛାତ୍ରୀ ମହଲରେ ବିତୃଷ୍ନା, ଅଶାନ୍ତର ବାତାବରଣ ସହ ନିନ୍ଦା ପ୍ରକାଶ ପାଇଛି । ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କର୍ମକର୍ତ୍ତା ଯାଇ କଲେଜରେ ଏହାର ଦୃଢ଼ ବିରୋଧ କରିଛନ୍ତି । ଗତକାଲି ମଧ୍ୟାହ୍ନରେ ଏହି ଘଟଣା ହୋଇଥିବା ବେଳେ ୨ ଦିନ ହେବ ଏହି ଘଟଣା ଚର୍ଚ୍ଚାର ପରିସରକୁ ଆସିଛି । କିଛି ଅଣହିନ୍ଦୁ ଛାତ୍ରମାନେ ହୋଷ୍ଟେଲ୍‌ ଭିତରେ ଗୋ-ମାଂସ ରୋଷେଇ କଲେ । ରୋଷେଇ ବେଳେ ଏହାର ବାସ୍ନା ଚାରିଆଡ଼େ ଖେଳିଯିବା ପରେ ରୁମରେ ବିଭିନ୍ନ ସ୍ପ୍ରେ- ଆଦି ମଧ୍ୟ ବ୍ୟବହାର କରିଥିଲେ । ଏହା ଗୋ-ମାଂସ ବୋଲି ଜାଣି ଅନ୍ୟ ହିନ୍ଦୁ ଛାତ୍ରମାନେ ଏହାକୁ ପ୍ରବଳ ବିରୋଧ କରିଥିଲେ । ଏନେଇ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ଏହି କ୍ରମରେ ଗୁରୁବାର ପାରଳା ମହାରାଜା କଲେଜକୁ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କର୍ମକର୍ତ୍ତା ପହଞ୍ଚି ଏହାକୁ ବିରୋଧ କରିଥିଲେ । ଏଭଳି ଛାତ୍ରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ । ବିଶ୍ଵସ୍ତ ସୂତ୍ରରୁ ପ୍ରକାଶ ଯେ ‘ପାରଳା ମହାରାଜା କଲେଜରେ ପଢୁଥିବା କିଛି ମୁସଲିମ ଛାତ୍ର, ଗତକାଲି ହଷ୍ଟେଲ୍‌ରେ ହିନ୍ଦୁ ଛାତ୍ରଙ୍କୁ ଗୋ-ମାଂସ ଖୁଆଇ ଦେବାରୁ ସେଠାରେ ଚାପା ଉତ୍ତେଜନା ଦେଖାଦେଇଛି । କଲେଜ ୱାର୍ଡ଼ନ୍ ଘଟଣାକୁ ଚପାଇ ଦେବାକୁ ଛାତ୍ରଙ୍କୁ ଧମକ ଦେଉଥିବା ସୂଚନା ମିଳିଛି । ତେଣୁ ଏନେଇ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ତୀବ୍ର ବିରୋଧ କରିଥିଲେ । ପ୍ରତିକ୍ରିୟା, ପ୍ରତିବାଦର ସ୍ୱର ବହ୍ନି ଜଳି ଉଠିଥିବା ପରିଲକ୍ଷିତ ହେଉଛି । କଲେଜ୍ ଅଧ୍ୟକ୍ଷ ତଥା ଉଚ୍ଚ କର୍ତ୍ତୃପକ୍ଷ ତଥା ଗଞ୍ଜାମ ଜିଲ୍ଲାପାଳ ଏଦିଗରେ ଧ୍ୟାନ ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବା ପୂର୍ବକ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହୋଇଛି ।

Leave A Reply

Your email address will not be published.