oom

ମହୁଲପାଲିରେ ମାଘ ପୂର୍ଣିମାରେ ଅଙ୍ଗ ଆଳତୀ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରରତୀୟ ସଂସ୍କୃତି ପରମ୍ପରାରେ କେଉଁ ଅନାଦିକାଳରୁ ପ୍ରକୃତି, ନଦନଦୀ, ବୃକ୍ଷଲତାକୁ ଉପାସନା କରିବାର ଧାରା ରହି ଆସିଛି । ଏହାକୁ ଆଧାର କରି ଆଜି ବୁଧବାର ମାଘ ପୂର୍ଣିମା ତିଥି ସନ୍ଧ୍ୟା ୬ ଘଣ୍ଟା ସମୟରେ ଐତିହାସିକ ୬ତମ ଅଙ୍ଗ ଆଳତୀ କରାଯାଇଅଛି । ଦିବ୍ୟଜ୍ୟୋତି ନୃସିଂହ ପଞ୍ଜିକାର ଗଣନାକାର ପଣ୍ଡିତ ଆଶୁତୋଷ ପାଣିଗ୍ରାହୀ ଜ୍ୟୋତିଷ ପ୍ରବୀଣଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମହୁଲପାଲି ସ୍ଥିତ ଶିବମନ୍ଦିର ଘାଟରେ ଅଙ୍ଗ ଆଳତୀ ଅନୁଷ୍ଠିତ ହୋଇଛି । ମୁଖ୍ୟ କର୍ତ୍ତା ଭାବରେ ଅରୁଣ ଦାନୀ ସହଧର୍ମିଣୀ ରୂପା ଦାନୀ ଓ ସହ କର୍ତ୍ତା ଭାବରେ ନରେନ୍ଦ୍ର ମହାପାତ୍ର ସହଧର୍ମିଣୀ ରୋଜି ମହାପାତ୍ର କର୍ତ୍ତା ଦାୟିତ୍ୱ ତୁଲାଇଥିଲେ । ଏହି ଆଳତୀ ସମୟରେ ଘଣ୍ଟ, ଶଙ୍ଖ ଓ  ବ୍ରାହ୍ମଣ ମାନଙ୍କ ଦ୍ୱାରା ବୈଦିକ ମନ୍ତ୍ରପାଠ ସମଗ୍ର ପରିବେଶକୁ ମୁଖରୀତ କରିଥିଲା । ଏହି ଅବସରରେ ପଣ୍ଡିତ ଲକ୍ଷ୍ମୀକାନ୍ତ ତ୍ରିପାଠୀ, ପଣ୍ଡିତ ଖଗେଶ୍ୱର ତ୍ରିପାଠୀ, ପଣ୍ଡିତ ସୁଲପାନି ପଣ୍ଡା, ପଣ୍ଡିତ ଆନନ୍ଦ ମିଶ୍ର, ଅନିଲ ପଣ୍ଡା, ବାବୁଲ ପଣ୍ଡା, ଅଶୋକ ପାଣିଗ୍ରାହୀ , ଭବାନୀ ଶଙ୍କର ମହାପାତ୍ର, ଦୁଷ୍ମନ୍ତ (କୁଶ) ସାହୁ, ମଣ୍ଟୁ ଦାସ, ତୁଳରାମ ସାହୁ, ଦେବାଧି ମେହେର,  ଟୁନା ସାହୁ, ପ୍ରଶାନ୍ତ ସାହୁ, ପଞ୍ଚମ ସାହୁ, ଅକ୍ଷୟ ଦାଶ, ପ୍ରତାପ ନାଥ, ନାରାୟଣ ପଣ୍ଡା, ସନ୍ତୋଷ କୁମାର ପଣ୍ଡା,  ଦୀପକ ଭୋଇ, ବାବୁଲାଲ ସାହୁ ଓ ମହୁଲପାଲି ଗ୍ରାମର ଶ୍ରଦ୍ଧାଳୁ ଭକ୍ତ ଉପସ୍ଥିତ ରହି ଆଳତୀ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ପରିଶେଷରେ ଭକ୍ତ ମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା ।

jittmm
Leave A Reply

Your email address will not be published.