ସମ୍ବଲପୁର ସବୁବେଳେ ବଲାଙ୍ଗିରକୁ ଅଣଦେଖା କରିଆସିଛି – ପଦ୍ମଶ୍ରୀ ଶ୍ରୀନିବାସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡିଶାର ବଲାଙ୍ଗିର ଜିଲ୍ଲା ସବୁବେଳେ ଅବହେଳାର ଶୀକାର ହୋଇଆସିଛି । ଏହା ସହିତ ସମ୍ବଲପୁରବାସୀ ବଲାଙ୍ଗିରକୁ ସବୁବେଳେ ଅନଦେଖା କରିଆସିଛନ୍ତି ଓ ସବୁ ପ୍ରସଙ୍ଗରେ ବଲାଙ୍ଗିରକୁ ପ୍ରତାରଣା କରୁଛନ୍ତି ବୋଲି ପଦ୍ମଶ୍ରୀ ଡ.ଶ୍ରୀନିବାସ ଉଦ୍‌ଗାତା ଆଜି ହାଇକୋର୍ଟ ପୁନଃସ୍ଥାପନ ଦାବୀ ନେଇ ହୋଇଥିବା ଆନ୍ଦୋଳନରେ ଯୋଗଦେଇ ଏଭଳି ଅଭିଯୋଗ କରିଛନ୍ତି । ସ୍ୱାଧିନତା ପରେ ଅନେକଗୁଡିଏ ପ୍ରକଳ୍ପ ନିର୍ମାଣରେ ବଲାଙ୍ଗିର ଲୋକ ସମ୍ବଲପୁର ସହିତ ସହଯୋଗ କରିଛନ୍ତି କିନ୍ତୁ ସମ୍ବଲପୁର କୌଣସି ପ୍ରସଙ୍ଗରେ ବଲାଙ୍ଗିର ସହିତ ଛିଡା ହୋଇନାହିଁ ବୋଲି କହିଛନ୍ତି । ବଲାଙ୍ଗିରରେ ହାଇକୋର୍ଟ ଆନ୍ଦୋଳନ ସବୁଠୁ ପୁରୁଣା । କିନ୍ତୁ ପରେ ପ୍ରତାରଣା କରି ସମ୍ବଲପୁର ବଲାଙ୍ଗିରକୁ ଅଣଦେଖା କରିଛି । କେବଳ ହାଇକୋର୍ଟ କଥା ନୁହେଁ ସମ୍ବଲପୁର ବିଶ୍ୱବିଦ୍ୟାଳୟ କ୍ଷେତ୍ରରେ ମଧ୍ୟ ବଲାଙ୍ଗିର ଲୋକଙ୍କୁ ପାତରଅନ୍ତର କରାଯାଇଆସୁଛି ବୋଲି ସେ ଗୁରୁତର ଅଭିଯୋଗ ଉଠାଇଥିଲେ । ଓଡିଶା ସରକାର ଯେଭଳି ପ୍ରତାରଣା କରୁଛି ତାଠୁ ଅଧିକ ସମ୍ବଲପୁର ଆମକୁ ପ୍ରତାରଣା କରୁଛି ବୋଲି ଡ.ଉଦଗାତା ମତ ଦେଇଥିଲେ ।

Leave A Reply

Your email address will not be published.

error: Content is protected !!