ବ୍ରହ୍ମପୁର : ବିଶ୍ୱବିଦ୍ୟାଳୟରେ ଛାତ୍ର ଅଣଛାତ୍ର ମୁହାଁମୁହିଁ । କିଛି ଅଣଛାତ୍ର ମାନଙ୍କ ଆକ୍ରମଣରେ ଜଣେ ଛାତ୍ର ଆହତ ହେଇଛନ୍ତି । ଆହତ ଛାତ୍ର ଜଣକ ହେଲେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଦ୍ଵିତୀୟ ବର୍ଷର ଛାତ୍ର ଅଭିଳାଷ ମିଶ୍ର । ବିଶ୍ଵବିଦ୍ୟାଳୟ ପରିସରରେ କିଛି କାର୍ଯ୍ୟକ୍ରମ ହେଉଥିବା ବେଳେ ସେଠାରେ କିଛି ବିଶୃଙ୍ଖଳା ହେତୁ କାର୍ଯ୍ୟକ୍ରମ ବାତିଲ ହୋଇଥିଲା । ପରବର୍ତ୍ତୀ ସମୟରେ ଆହତ ଛାତ୍ର ଜଣକ କ୍ୟାମ୍ପସ ବାହାରେ ଚାହା ଦୋକାନ ନିକଟରେ ବସିଥିବା ବେଳେ ବାତିଲ କାର୍ଯ୍ୟକ୍ରମ ନେଇ କିଛି ଅଣଛାତ୍ର ଏବଂ ଛାତ୍ର ମିଶି ଆକ୍ରମଣ କରିଥିଲେ । ଘଟଣା ପରେ କିଛି ଛାତ୍ରଙ୍କୁ ଚିକିତ୍ସା ନିମନ୍ତେ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ସିଟି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଚିକିତ୍ସା ପରେ ଗୋପାଳପୁର ଥାନାରେ ଆକ୍ରମଣ ନେଇ ଅଭିଯୋଗ କରିଛନ୍ତି ଆହତ ଛାତ୍ର । ଘଟଣା ପରେ ପୁଲିସ ପକ୍ଷରୁ କ୍ୟାମ୍ପସ ଭିତରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ତେବେ ଏହି ଘଟଣାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା ଏସ୍ପିଙ୍କୁ ସକ୍ଷାତ କରି ଘଟଣାର ଆଶୁ ସମାଧାନ କରିବା ସହ ଦୋଷୀଙ୍କୁ କୋଠାର ଦଣ୍ଡ ଦିଆଯିବା ସକାଶେ ଦାବୀ ଜଣାଇଛନ୍ତି ।
