ରାସ୍ତା କଡ଼ରେ ଘଂଚ ଅନାବନା ଘାସ ବୁଦା : ଯାତାୟତ ବାଧାପ୍ରାପ୍ତ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲାରୁ ଲାଠୋର, ତୁରେକେଲାରୁ କଣ୍ଟାବାଞ୍ଜି ତଥା ତୁରେକେଲାରୁ ମହଖଣ୍ଡ ଯିବା ରାସ୍ତା କଡ଼ରେ ଘଂଚ ଅନାବନା ଘାସ ବୁଦା ସବୁ ରହିଥିବା ବେଳେ ଯାତାୟତ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହେଉଛି । ଏହାଫଳରେ ଅନେକ ଗୋଲେଇ ରାସ୍ତା ପାଖରେ ଯାନବାହାନ ଯିବା ଆସିବା କରିବା ବେଳେ ଦେଖା ଯାଉନଥିବାରୁ ଅନେକ ଥର ଲୋକେ ଦୁର୍ଘଟଣାର ଶୀକାର ହେଉଛନ୍ତି । ସରକାରଙ୍କ ପକ୍ଷରୁ ରାସ୍ତା କଡ଼ ସଫେଇ ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ କରୁଥିବା ବେଳେ ଏଯାଏଁ ତୁରେକେଲା ବ୍ଲକ ଅନ୍ତର୍ଗତ ପ୍ରତ୍ୟେକ ରାସ୍ତା କଡ଼ରେ ଘଂଚ ଅନାବନା ଘାସ ବୁଦା ସଫା କରାଯାଇ ନଥିବା ଦେଖିବାକୁ ମିଳିଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଜନସାଧାରଣଙ୍କ ଦାବୀ ହୋଇଛି ।

Leave A Reply

Your email address will not be published.