ଡାକ୍ତର ଗିରିଜା ଶଙ୍କର ଉଦ୍‌ଗାତାଙ୍କ ଆଜି ଜନ୍ମଦିନ : ତାଙ୍କ ଭଳି ଡ଼ାକ୍ତର ମାନବ ସମାଜ ପାଇଁ ଅମୂଲ୍ୟ ସଂପଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଡାକ୍ତର ଗିରିଜା ଶଙ୍କର ଉଦ୍‌ଗାତାଙ୍କ ଆଜି ଜନ୍ମଦିନ । ଏହି ଅବସରରେ ତାଙ୍କୁ ବନ୍ଧୁ ମହଲରୁ ତଥା ତାଙ୍କ ଚିକିତ୍ସା ଦ୍ୱାରା ନୂଆ ଜୀବନ ପାଇଥିବା ବ୍ୟକ୍ତିମାନଙ୍କଠାରୁ ଶୁଭେଚ୍ଛାର ସୁଅ ଛୁଟୁଛି । ତାଙ୍କ ଭଳି ଜଣେ ଡ଼ାକ୍ତର ମାନବ ସମାଜ ପାଇଁ ଅମୂଲ୍ୟ ସଂପଦ । ଡାକ୍ତରମାନଙ୍କୁ ଆମ ସମାଜରେ ଦ୍ୱିତୀୟ ଈଶ୍ୱର ବୋଲି କୁହାଯାଉଥିବା ବେଳେ ଡ଼ା. ଗିରିଜା ଶଙ୍କର ଏହି ଉକ୍ତିକୁ ଯଥାର୍ଥତା ପ୍ରଦାନ କରି ପାରିଛନ୍ତି ନିଜ ନିଷ୍ଠା ବଳରେ ।

ବଲାଙ୍ଗିର ମାଟିର ସନ୍ତାନ ଡ. ଗିରିଜା ଶଙ୍କର ଉଦ୍‌ଗାତା ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ହସ୍‌ପିଟାଲ୍‌ରେ ଜଣେ ଚେଷ୍ଟ ସ୍ପେସାଲିଷ୍ଟ ଚିକିତ୍ସକ ଭାବେ କାର୍ଯ୍ୟରତ । କରୋନା ମହାମାରୀ ସମୟରେ କୋଭିଡ଼ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରି ମାନବ ସମାଜକୁ କରୋନା ଦାଉରୁ ରକ୍ଷା କରିବା ପାଇଁ ସଂଗ୍ରାମ ଜାରି ରଖିଛନ୍ତି । ରୋଗୀ ପ୍ରତି ସମର୍ପିତ ମନୋଭାବ ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇପାରିଛି । ସେ ଜଣେ ଆଗଧାଡ଼ିର କୋଭିଡ଼୍ ଯୋଦ୍ଧା ଭାବେ ଅନେକଙ୍କୁ ମୃତ୍ୟୁମୁହଁରୁ ଟାଣି ଆଣିଥିବା ସ୍ୱୀକାର କରନ୍ତି ଅନେକ ରୋଗୀ । ତାଙ୍କ ଖୋଲାଖୋଲି କଥାବାର୍ତ୍ତା ତଥା ରୋଗୀଙ୍କୁ ଉତ୍ସାହିତ କରିବା ମାନସିକତା ତଥା ଚିକିତ୍ସାରେ ଆତ୍ମୀୟ ପଣ ଯୋଗୁଁ ସେ ବେଶ୍‌ ଜଣାଶୁଣା । ଡା.ଉଦଗାତାଙ୍କ ମାନବ ସମାଜ ପ୍ରତି ତ୍ୟାଗ ଓ ସମର୍ପଣକୁ ଏ ମାଟି ସଲାମ୍ କରୁଛି ତାଙ୍କ ଜନ୍ମଦିନ ଅବସରରେ ।

ମହାପୁରୁଷ ମାନେ କୁହନ୍ତି, ନିଜ କର୍ମ ଦ୍ୱାରା ଜଣେ ମଣିଷ ସମାଜରେ ନିଜକୁ ପ୍ରତିଷ୍ଠିତ କରିପାରେ । ଏଣୁ ଏହି ଘଡିସନ୍ଧି ମୁହୁର୍ତ୍ତରେ ଦ୍ୱିତୀୟ ଈଶ୍ୱର ବୋଲି କୁହାଯାଉଥିବା ସମସ୍ତ ଡାକ୍ତର ରୋଗୀମାନଙ୍କ ପ୍ରତି ସମବେଦନା ପ୍ରକାଶ କରି ଅସହାୟ ରୋଗୀଙ୍କୁ ସେବା କରନ୍ତୁ । ଜଗତ୍‌ ସ୍ରଷ୍ଟାଙ୍କ ଦ୍ୱାରା ପ୍ରଦତ୍ତ ଅପୂର୍ବ ଶକ୍ତିକୁ ମାନବ ସେବାରେ ବିନିଯୋଗ କରନ୍ତୁ ।

Leave A Reply

Your email address will not be published.