ବଲାଙ୍ଗିର ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ୱାଧିନତାର ଅମୃତ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳ ୭ଟା ସମୟରେ ଗାନ୍ଧିନଗରପଡା ସ୍ଥିତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ଓ ଦୀପ ପ୍ରଜ୍ୱଳନ କରାଯାଇଥିବା ବେଳେ ଏକ ସାଇକେଲ ର‍୍ୟାଲି ବାହାରିଥିଲା । ଏହ ର‍୍ୟାଲିକୁ ପତାକା ଦେଖାଇ ଆରମ୍ଭ କରିଥିଲେ ବଲାଙ୍ଗିର ସଦର ବ୍ଲକ ବିଡିଓ ରାମଦତ୍ତ ଭୋଇ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ବିଜୟ କୁମାର ଶତପଥୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଜିଲ୍ଲାପାଳ ଚଞ୍ଚଳ ରଣା ସହରର ବୁଦ୍ଧିଜୀବୀମାନଙ୍କ ସହ ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଦୀପ ପ୍ରଜ୍ୱଳନ କରିଥିଲେ ।

ଏହି ଅବସରରେ ପୂବାହ୍ନ ୧୧ ଘଟିକାରେ ସ୍ଥାନୀୟ ସଂସ୍କୃତି ଭବନଠାରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଶତପଥୀଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ ସ୍ୱାଧୀନତାର ଅମୃତ ମହୋତ୍ସବ ସମ୍ପର୍କରେ ସୂଚନା ଦେବା ସହ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ସ୍ମୃତିଚାରଣ କରିଥିଲେ । ବଲାଙ୍ଗିର ସହରର ଅଗ୍ରଣୀ ସଙ୍ଗୀତ ଅନୁଷ୍ଠାନ ପଞ୍ଚମର କଳାକାରମାନେ ଜାତୀୟ ଗୀତ, ନୃତ୍ୟ ଓ ରାଜ୍ୟ ସଙ୍ଗୀତ ପରିବେଷଣ କରିଥିଲେ । ବିଶିଷ୍ଟ ଐତିହାସିକ ଡ. ଶିବପ୍ରସାଦ ନନ୍ଦ ‘ବଲାଙ୍ଗିର ମାଟିର ସ୍ୱାଧୀନତା ସଂଗ୍ରାମୀ’ ବିଷୟ ସମ୍ପର୍କରେ ଆଲୋଚନା କରି ଥିବା ବେଳେ ଅନ୍ୟତମ ବରିଷ୍ଠ ଐତିହାସିକ ଡ. ଯଦୁମଣି ମହାପାତ୍ର ‘ପଶ୍ଚିମ ଓଡ଼ିଶାର ମହିଳା ସ୍ୱାଧୀନତା ସଂଗ୍ରାମୀ : ଏକ ଦୃଷ୍ଟିପାତ’ ଶୀର୍ଷକରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଆର୍‌ଡି ବିଭାଗର ସୁପେରିଟେଣ୍ଡଣ୍ଟ ଇଂ ଦେବେନ୍ଦ୍ର କୁମାର ସେଠ୍‌ ପିଏମ୍‌ଜିଏସୱାଇ ଉପରେ ଏକ ଭତ୍ତିପ୍ରବନ୍ଧ ଉପସ୍ଥାପନ କରିଥିବା ବେଳେ ଏକ୍‌ଜିକ୍ୟୁଟିଭ୍‌ ଇଞ୍ଜିନିୟର ଏ ସଂମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏହି ସଭାକୁ ପରିଚାଳନା କରିଥିଲେ ‘କୋଶଳ ପ୍ରବାହ’ର ସଂପାଦକ ତଥା କବି ଆନନ୍ଦ ଚନ୍ଦ୍ର ସାହୁ । ପଞ୍ଚମର କଳାକାରଙ୍କ ଜାତୀୟ ସଙ୍ଗୀତ ପରିବେଷଣ ପରେ ସଭା ସାଙ୍ଗ ହୋଇଥିଲା ।

Leave A Reply

Your email address will not be published.