oom

ଟାଉନ କ୍ଲବ ପରିସରରେ ଅମୃତ ଧାରା ଉଦ୍‌ଘାଟିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ କରୋନା ମହାମାରୀ ସମୟରେ ଲକଡାଉନ ସଟଡାଉନ ଯୋଗୁଁ ଲୋକେ ଖାଦ୍ୟ ସଫା ପିଇବା ପାଣି ଆଦି ପାଇଁ ବହୁ ହଇରାଣ ହେଉଥିବା ଦେଖୁବକୁ ମିଳୁଛି । ଏହି ପରି ସମୟରେ ଗ୍ରୀଷ୍ମ ତାତି ଯୋଗୁଁ ମଧ୍ୟ ବିଭିନ୍ନ ସ୍ଥାନ ମାନଙ୍କରେ ପିଇବା ପାଣି ପାଇଁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଣୁ ଲୋକଙ୍କ ସୁବିଧା ପାଇଁ ଆଜି ଟାଉନ କ୍ଲବ ପଦ୍ମପୁର ଓ ମାରୱାଡି ଯୁବାମଞ୍ଚର ମିଳିତ ଆନୁକୂଲ୍ୟରେ ଟାଉନ କ୍ଲବ ପରିସରରେ ପିଇବା ପାଣି ପାଇଁ ଏକ ଅମୃତ ଧାରାର ଉଦଘାଟନ କରାଯାଇଛି । ଆଜି ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ପ୍ରଦୀପ ସାହୁ କ୍ଲବର ସଭାପତି ଶିରିଶ କୁମାର ବହିଦାର ଏହି ଅମୃତ ଧାରାକୁ ଜନ ସାଧାରଣଙ୍କ ପାଇଁ ଲୋକାର୍ପିତ କରିଥିବା ବେଳେ ଟାଉନ କ୍ଲବର ବରିଷ୍ଠ ସଦସ୍ୟ ଗୋବିନ୍ଦ ଅଗ୍ରୱାଲ, ଲାଲବିହାରୀ ମିଶ୍ର, ପ୍ରତାପ ମିଶ୍ର, ଧନମାଲି ସାହୁଙ୍କ ସହ ମାରୱାଡି ଯୁବାମଞ୍ଚ ପଦ୍ମପୁରର ସଭାପତି ବିଜୟ ଅଗ୍ରୱାଲ, ସମ୍ପାଦକ ଅମିତ ଗର୍ଗ, କୋଷାଧ୍ୟକ୍ଷ ଅତୁଲ ଅଗ୍ରୱାଲ, ଉପସଭାପତି ଅତୁଲ ଅଗ୍ରୱାଲ, ଅମୃତଧାରା କୋନଭେନର ଦୀପକ ଅଗ୍ରୱାଲ, ପ୍ରଭାତ ଅଗ୍ରୱାଲ ଓ ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ଭଜନଲାଲ ଅଗ୍ରୱାଲ ପ୍ରମୁଖ କାର୍ୟ୍ୟକ୍ରମରେ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.