କନ୍ତୋଲରେ ବିଜେପିର ଅମୃତ ମହୋତ୍ସବ

ଆଠଗଡ଼ : ଭାରତ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ବିଜେପି ପକ୍ଷରୁ ଆଠଗଡ଼ ସହରର କନ୍ତୋଲଠାରେ ଜାତୀୟ ପତାକା ଉତ୍ତୋଳନ ସହିତ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମହିଳା ମୋର୍ଚ୍ଚା ଜିଲ୍ଲା ଉପସଭାନେତ୍ରୀ ଇଲା ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ତଥା ଜିଲ୍ଲା ସାଧାରଣ ସଂପାଦକ ରାମନାରାୟଣ ମହାନ୍ତି ଯୋଗଦେଇ ଦଳୀୟ କାର୍ଯ୍ୟକର୍ତ୍ତା ଓ କୁନିକୁନି ପିଲାଙ୍କ ଗହଣରେ ଜାତୀୟ ପତାକା ଉତ୍ତୋଳନ କରି ଉଦ୍‍ବୋଧନ ଦେଇଥିଲେ । ପରେ ପରେ ଦଳୀୟ କାର୍ଯ୍ୟକର୍ତ୍ତା ଓ କର୍ମୀମାନେ ଶ୍ରୀ ମହାନ୍ତି ଓ ସୁଶ୍ରୀ ପଣ୍ଡାଙ୍କ ନେତୃତ୍ୱରେ ହାତରେ ତ୍ରିରଙ୍ଗା ଧରି ଏକ ଶୋଭାଯାତ୍ରାରେ କନ୍ତୋଲର ୫ଟି ୱାର୍ଡ ପରିକ୍ରମା କରିଥିଲେ । ଏଥିରେ ମଣ୍ଡଳ ଉପସଭାପତି ଗୋବିନ୍ଦ ନାଏକ, ହିମାଂଶୁ ଶେଖର ସାହୁ, ପ୍ରସନ୍ନ ବେହେରା, ଅଜିତ କୁମାର ନାଏକ, ରୁପେଶ ଦାସ, ବିନୋଦ ବେଉରା, ପ୍ରଦୀପ ଦାସ ପ୍ରମୁଖ କାର୍ଯ୍ୟକର୍ତ୍ତା, ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.