oom

ଆମେ ଜାଣିବା, ଆମେ ଜିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ନୃସିଂହନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ସଭାଗୃହଠାରେ ଅଭିଭାବକ ଆମର ଅଂଶୀଦାର ଆମେ ଜାଣିବା, ଆମେ ଜିତିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ମୋହିନୀ ଦଳପତି ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଡି ଆଇ ପ୍ରସନ୍ନ କୁମାର ମିଶ୍ର, ମୁଖ୍ୟବକ୍ତା ବିଜାଢୋଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି, ସମାଜସେବୀ ବଡ ଶତପଥି, ଗୋପାଳପୁର ହାଇସ୍କୁଲ ଆସିଷ୍ଟେଣ୍ଟ ଶିକ୍ଷକ ଉଛବ ଭୋଇ, ସ୍କୁଲ କମିଟି ଚେୟାରମ୍ୟାନ ଅଶ୍ୱିନୀ ସାହୁ ପ୍ରମୁଖ ଯୋଗ ଦେଇ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ସମସ୍ତ ଅଭିଭାବକମାନଙ୍କୁ କିପରି ତାଙ୍କର ପୁଅ ଝିଅମାନେ ପାଠପଢି ବଡ ମଣିଷ ହୋଇ ସମାଜରେ ନାମ ରଖିବେ ସେ ନେଇ ଦିଗଦର୍ଶନ ଦିଆଯିବା ସହ ବିଦ୍ୟାଳୟର ସମସ୍ତ କାର୍ଯ୍ୟକ୍ରମ ଅଭିଭାବକମାନେ ନିଜେ ଜାଣିପାରି ନିଜ ସନ୍ତାନମାନଙ୍କୁ ଜଣାଇବା ପାଇଁ ଅତିଥିମାନେ ନିଜ ନିଜ ମତ ରଖିଥିଲେ । ଅତିଥି ପରିଚୟ ଓ ସଭା ପରିଚାଳନା କରିଥିଲେ ବିଜୟ ଶଙ୍କର ଦେହୁରୀ । ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ବିଭାଗର କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ଶେଷରେ ଆଶୁତୋଷ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହା ପରେ ରଙ୍ଗୋଲି, ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନେ ପ୍ରଦର୍ଶନ କରିଥିଲେ ।

jittmm
Leave A Reply

Your email address will not be published.