ଆରମ୍ଭ ହେବାକୁ ଯାଉଛି ନିଷ୍ଠା ପରିବାରର ଦେୟଯୁକ୍ତ ଆମ୍ବୁଲେନ୍ସ ସେବା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ନିଷ୍ଠା ପରିବାର ସହ ଯୋଡି ହେଲା ଆଉ ଏକ ନୂତନ ଅଧ୍ୟାୟ । ଆଞ୍ଚଳିକ ଅସୁବିଧାକୁ ଦୃଷ୍ଟିରେ ରଖି ଦୀର୍ଘ ଦିନରୁ ନିଷ୍ଠା ପରିବାର ଏକ ଆମ୍ବୁଲେନ୍ସ ଯୋଗାଇ ଦେବା ପାଇଁ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କୁ ଦାବୀ ଜଣାଇ ଆସୁଥିଲା । ନିଷ୍ଠା ପରିବାରର ଦାବୀ ତଥା ଅନୁରୋଧକୁ ହୃଦବୋଧ କରି ବରଗଡ଼ ବିଧାୟକ ପଶ୍ଚିମ ଓଡିଶା ବିକାଶ ପରିଷଦ ଅନୁଦାନ ପାଣ୍ଠିରୁ ଉକ୍ତ ଆମ୍ବୁଲାନ୍ସ ଯୋଗାଇ ଦେଇଥିଲେ । ଏହି ଅବସରରେ ଶ୍ରୀମତୀ ମୋନିଷା ବାନାର୍ଜୀ, ଜିଲ୍ଲାପାଳ, ବରଗଡ଼, ସାଧୁ ଦାଶ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ବରଗଡ଼ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଏକ ଆମ୍ବୁଲେନ୍ସ ଆମ ନିଷ୍ଠା ପରିବାରକୁ ହସ୍ତାନ୍ତର କରିଛନ୍ତି । ଏହି କାର୍ଯ୍ୟକ୍ରମରେ ନିଷ୍ଠା ପରିବାରର ଉପଦେଷ୍ଟା ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଦୂର୍ବାଦଳ ଷଡ଼ଙ୍ଗୀ, ସଭାପତି ରକ୍ଷପାଲ ସାହୁ, ସାମ୍ପଦକ ଲୋକନାଥ ସାହୁ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!