om academy

ମୟୁରଭଞ୍ଜ ଜିଲ୍ଲା ପ୍ରଶାସନର ପ୍ରଶଂସନୀୟ ପଦକ୍ଷେପ : ଆଜିଠୁ ଆରମ୍ଭ ହେଲା ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା

jsm

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ପ୍ରଶାସନର ପ୍ରଶଂସନୀୟ ପଦକ୍ଷେପ । ଆଜିଠୁ ଜିଲ୍ଲାରେ ଆରମ୍ଭ ହୋଇଛି ଆଡଭାନ୍ସଡ ଲାଇଫ୍ ସପୋର୍ଟ ଓ ବେସିକ୍ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସ ସେବା । ଏହି ଆମ୍ବୁଲାନ୍ସଗୁଡିକୁ ଓମ୍‌ବାଡ୍‌ସି ପକ୍ଷରୁ ଯୋଗାଇ ଦିଆଯାଇଥିବା ବେଳେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଆଜି ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ରୂପଭାନୁ ମିଶ୍ର, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁଜୟ ପତି ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୪ଟି ଉପଖଣ୍ଡରେ ଗୋଟିଏ ଲେଖାଁଏ ଆମ୍ବୁଲାନ୍ସ ନିୟୋଜିତ ହୋଇଛି । ୧୦୮ ଆମ୍ବୁଲାନ୍ସ ସମେତ ଏହି ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା ଜୁରୁରୀକାଳୀନ ସ୍ଥିତିରେ ବିନା ଶୁଳ୍କରେ ସେବା ପ୍ରଦାନ କରିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.