jayashree

ଜିଲ୍ଲାର ପ୍ରତ୍ୟେକ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା କଲା ଜିଲ୍ଲା ପ୍ରଶାସନ : ଗାଡ଼ି ନମ୍ବର ସହ ଡ୍ରାଇଭର୍‌ଙ୍କ ନାମ ଓ ଯୋଗାଯୋଗ ନମ୍ବର ଜାରି ହେଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ ଗ୍ରାଫ୍‌ । ଏହାକୁ ଦେଖି ସମସ୍ତ ପ୍ରକାର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ବଳବତ୍ତର କରିବାରେ ଲାଗିଛି ବଲାଙ୍ଗିର ଜିଲ୍ଲା ପ୍ରଶାସନ । ଏବେ ଜିଲ୍ଲାର ପ୍ରତ୍ୟେକ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଡ଼ି ନମ୍ବର ସହ ଡ୍ରାଇଭର୍‌ଙ୍କ ନାମ ଓ ଯୋଗାଯୋଗ ନମ୍ବର ଜାରି କରାଯାଇଛି । କୌଣସି ବି ସଂକ୍ରମିତ ଜିଲ୍ଲାର କୌଣସି ଅଂଚଳରେ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ବିଶେଷ ଦୃଷ୍ଟି ଦିଆଯାଇଛି ।

Leave A Reply

Your email address will not be published.