ବଲାଙ୍ଗିର ଜିଲ୍ଲା ଓକିଲ ସଂଘର ସଭାପତି ହେଲେ ଅମ୍ବରୀଶ ତ୍ରିପାଠୀ, ସଂପାଦକ ଅଧିକାରୀ ଦନ୍ତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଓକିଲ ସଂଘର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ଆଡ୍‌ଭୋକେଟ୍‌ ଅମ୍ବରୀଶ ତ୍ରିପାଠୀ । ସ୍ଥାନୀୟ ସିଭିଲ୍‌ କୋର୍ଟ ବାର୍‌ ହଲ୍‌ ପରିସରରେ ଗତକାଲି ଅନୁଷ୍ଠିତ ନିର୍ବାଚନରେ ଆଇନଜୀବୀ ଶ୍ରୀ ତ୍ରିପାଠୀ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଆଇନଜୀବୀ ଅଧିକାରୀ ଦନ୍ତା ସଂପାଦକ ଭାବେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ସେହିପରି ଉପସଭାପତି ଭାବେ ସରୋଜ ଗୁପ୍ତା, କୋଷାଧ୍ୟକ୍ଷ ଭାବେ ରୁଦ୍ର ଥନାପତି, ଯୁଗ୍ମ ସଂପାଦକ ଭାବେ ସୁମିତ ଖୁଆସ ନିର୍ବାଚିତ ହୋଇଥିବା ବେଳେ ଅଡିଟର୍‌ ଭାବେ ସଂଦୀପ ମିଶ୍ର ମନୋନୀତ ହୋଇଛନ୍ତି । କାର୍ଯ୍ୟକାରୀ କମିଟି ପାଇଁ ନିର୍ବାଚିତ ହୋଇଛନ୍ତି ରହିଛନ୍ତି ବରିଷ୍ଠ ଆଇନଜୀବୀ ଜୟରାମ ମିଶ୍ର, ବିରେନ ମିଶ୍ର, ଶଙ୍କର ମିଶ୍ର, ରବି ବହିଦାର, ଦିନେଶ ନାଗ, ସମୀର ମିଶ୍ର, ଚନ୍ଦ୍ରଶେଖର ମିଶ୍ର, ଶ୍ରୀନିବାସ ରାଓ । ନିର୍ବାଚନ ଅଧିକାରୀ ଭାବେ ନିର୍ବାଚନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଆଇନଜୀବୀ ଅରବିନ୍ଦାକ୍ଷ ପୂଜାରୀ ।

Leave A Reply

Your email address will not be published.