oom

ଦେଓଗାଁ ବ୍ଲକରେ ଆମ୍ବ ପସରା କାର୍ଯ୍ୟକ୍ରମ ଉଦଘାଟିତ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଆମ୍ବ ଉତ୍ପାଦନ ସୁଗମ କରିବାକୁ ବଲାଙ୍ଗିର ଜିଲ୍ଲା ପ୍ରଶାସନର ସହଯୋଗରେ ଓରମାସ, ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତିର ମିଳିତ ଉଦ୍ୟମରେ ଗଙ୍ଗା ଉତ୍ପାଦକ ଦଳ ଚୋରମରା ମାଧ୍ୟମରେ ଜିଲ୍ଲା ସ୍ତରୀୟ ଭ୍ରାମ୍ୟମାଣ ‘ଆମ୍ବ ପସରା’ ତଥା ‘ଆମ ଗାଁର ଆମ୍ବ ପସରା’ କାର୍ୟ୍ୟକ୍ରମ ଉଦଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଲୋକେ ଘରେ ରହି ବିଭିନ୍ନ ରକମର ଆମ୍ବ କ୍ରୟ କରିପାରିବେ । ଏଥିରେ ଆମ୍ର ପଲ୍ଲୀ, ଲିଲମ୍, ଦଶରୀ, ବାଇଗଣ ପଲ୍ଲୀ, ଲେଙ୍ଗଡା, ସୁନ୍ଦରୀ, ମଲ୍ଲିକା ଇତ୍ୟାଦି ବିଭିନ୍ନ କିସମର ଆମ୍ବ ଗୁରୁବାର ଦିନରୁ ଆସନ୍ତା ଜୁନ୍ ୧୨ ପର୍ୟ୍ୟନ୍ତ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯୋଗାଇ ଦିଆଯିବ। କାର୍ଯ୍ୟକ୍ରମକୁ ଓରମାସର ମୁଖ୍ୟ କମାଲେନ୍ଦୁ ପଲଙ୍କ ନେତୃତ୍ୱରେ ଦେଓଗାଁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉଦଘାଟନ କରିଥିଲେ । ଓରମାସର ମଳୟ ସାହାଣୀ, ଦେଓଗାଁ ବ୍ଲକ ବିପିଏମ ପ୍ରଦୀପ ଛତ୍ରିଆ, ବ୍ରହ୍ମାନନ୍ଦ ପଧାନ, କସ୍ତୁରୀ ତରାଇ, ସବ୍ୟରାଣୀ ମହାଲିଙ୍ଗ ଏବଂ ଗଙ୍ଗା ଉତ୍ପାଦକ ଦଳ ସଭାନେତ୍ରୀ ଶ୍ରୀମତୀ ବେଦମତୀ ସାହୁ, ସମ୍ପାଦିକା ବେଲମତି କ୍ଷେତି ଏବଂ ଉଦ୍ୟୋଗ ମିତ୍ର ଅନନ୍ତ ସାହୁ ଅଂଶ ଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.