ସ୍ୱାମୀର ପରକିଆ ପ୍ରିତି ପାଇଁ ସ୍ତ୍ରୀର ଆତ୍ମହତ୍ୟା

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ସ୍ୱାମୀ ଆଉ ପ୍ରେମିକା ମିଶି ଦେଉଥିଲେ ନିର୍ଯ୍ୟାତନା, ନିର୍ଯ୍ୟାତନା ସହି ନ ପାରି ବାପା ଘରେ କଲେ ଆତ୍ମହତ୍ୟା । ସୁସାଇଡ ନୋଟରେ ସ୍ୱାମୀ ଆଉ ପ୍ରେମିକାଙ୍କ ନାଁ ଲେଖି ନ୍ୟାୟ ପାଇଁ କଲେ ନିବେଦନ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନ ଥାନା ଅଞ୍ଚଳରେ । ଭବାନୀପାଟଣା ଧୋବାପଡାର ଜିତେନ୍ଦ୍ର ସେଠୀଙ୍କ ଝିଅ କନ୍ଧମାଳ ବାଲିଗୁଡା ଥାନା ଅଞ୍ଚଳର ଶ୍ୟାମଳ କୁମାର ବେହେରାଙ୍କୁ ରୀତିନୀତି ଅନୁଯାୟୀ ୨୦୨୩ରେ ବିବାହ କରିଥିଲେ । ଶ୍ୟାମଳଙ୍କ ଅନ୍ୟ ଝିଅ ସହ ସମ୍ପର୍କ ଥିବା ଜାଣିବା ପରେ ମହିଳା ଜଣକ ଭବାନୀପାଟଣା ବାପା ଘରକୁ ଚାଲି ଆସିଥିଲେ । ନିର୍ଯ୍ୟାତନା ସହି ନପାରି ଶେଷରେ ଆତ୍ମହତ୍ୟା କରିଥିବା ନେଇ ପରିବାର ପକ୍ଷରୁ ଭବାନୀପାଟଣା ଟାଉନଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ଅଭିଯୋଗ ପାଇ ଟାଉନଥାନା ପୁଲିସ ଶବ ଜବତ କରିବା ସ‌ହ ଶବ ବ୍ୟବଚ୍ଛେଦ ପାଇଁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଅଧିକ ତଦନ୍ତ ଜାରି ରଖିଛି ।

jittmm
Leave A Reply

Your email address will not be published.