
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରରେ ତିନୋଟି ଶ୍ରୀ ଜଗନ୍ନାଥ ମନ୍ଦିରର ଆଡ଼ପ ଘରେ ଦୈନିକ ବେଶ ଧାରଣ ନୀତି ଅବା ଦଶ ଅବତାର ବେଶ ଲାଗି ହୋଇଥାଏ । ସାନ୍ଧ୍ୟ କାର୍ଯ୍ୟକ୍ରମ ଦୈନିକ ବେଶ ନୀତି ଦେଖିବାକୁ ଭକ୍ତଙ୍କ ସମାଗମ ହୋଇଥାଏ । ଛତ୍ରପୁର ରିକାପଲ୍ଲୀ ଛକ ନିକଟରେ ଥିବା ଆଡ଼ପ ଘରେ ମହାପ୍ରଭୁ ପତିତପାବନ ଶ୍ରୀ ଜଗନ୍ନାଥ ଠାକୁରଙ୍କ ନବଦିନାତ୍ମକ ବେଶ ଧାରଣ ନୀତି ଅନୁଷ୍ଠିତ ହୋଇଥାଏ । ଆଖପାଖ ଅଞ୍ଚଳର ବହୁ ଭକ୍ତ ଶ୍ରଦ୍ଧାଳୁଙ୍କ ସମାଗମରେ ଏଠାରେ ଭକ୍ତିମୟ ପରିବେଶ ବେଶ୍ ଉଚ୍ଛୁଳି ପଡ଼ିଥାଏ । ବାହୁଡ଼ାଯାତ୍ରାର ପୂର୍ବଦିନ ଅର୍ଥାତ୍ ଗୁଣ୍ଡିଚା ମନ୍ଦିରରେ ଠାକୁରଙ୍କ ଶେଷ ଅବତାର ହେଉଛି, କଲ୍କୀ ବା’ କଲକୀ ବେଶ । ଛତ୍ରପୁର ଅଞ୍ଚଳରେ ପାଳିତ ହୋଇଆସୁଛି । ଏହି ବେଶ ହେଉଛି, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଡ଼ପ ଘରେ ଶେଷ ସନ୍ଧ୍ୟାବେଳେର ଅବତର । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କାଞ୍ଚି ଅଭିଯାନ ବେଳେ ଘୋଡ଼ାରେ ବସି ମହାରାଜା ପୁରୁଷୋତ୍ତମ ଦେବଙ୍କ ଉଦ୍ଦେଶ୍ୟରେ ଭଗବାନ ଶ୍ରୀକୃଷ୍ଣ ବେଶରେ ଯାଇ ନିଜକୁ ଉତ୍ସର୍ଗୀକୃତ କରି ଯୁଦ୍ଧ କରିଥିଲେ । ଶେଷରେ କାଞ୍ଚି ବିଜୟ ପରେ ସେହି ଶ୍ରୀ ଜଗନ୍ନାଥଙ୍କ କଳା ରଙ୍ଗର ଘୋଡ଼ାରେ ଏବଂ ଭାଇ ବଳଭଦ୍ର ବଳରାମ ବେଶରେ ଧଳା ଘୋଡ଼ାରେ ବସି ଫେରିଥିଲେ । ଆଡ଼ପ ଘରେ ମହାପ୍ରଭୁଙ୍କ ବ୍ରହ୍ମଲୀଳାରେ ଏହି ଶେଷ ସନ୍ଧ୍ୟାର ଅବତାର ହେଉଛି, ମହାପ୍ରଭୁଙ୍କ କାଞ୍ଚି ଅଭିଯାନଯାତ୍ରାକୁ ସ୍ମରଣ କାରାଏ । ଏପରିକ ଏହା ପ୍ରତିପାଦିତ କରେ ଯେ’ ଆଗକୁ କଳିିଯୁଗ ଶେଷରେ ଶ୍ରୀ ଜଗନ୍ନାଥ କଲକୀ ଅବତାର ରୂପେ ଧରାବତରଣ କରିବେ ବୋଲି ପୁରାଣରେ ବର୍ଣ୍ଣନା ରହିଥିବା କୁହାଯାଏ ।