
ଭାରତର ଯୁବ ପିଢ଼ି ବିଶ୍ୱସ୍ତରରେ ଏକ ଛାପସୃଷ୍ଟି କରିଛନ୍ତି, ଆମର ଯୁବ ଶକ୍ତି ଗତିଶୀଳତା, ନବସୃଜନ ଏବଂ ଦୃଢ଼ ସଂକଳ୍ପ ସହିତ ଜଡ଼ିତ : ପ୍ରଧାନମନ୍ତ୍ରୀ

• ନୂତନ ଶିକ୍ଷାନୀତି ଏବଂ ଦକ୍ଷତା ବିକାଶ ଏବଂ ଷ୍ଟାର୍ଟ-ଅପ୍ଉପରେ ଧ୍ୟାନ ଦେଇ ଆମର ଯୁବପିଢ଼ି ‘ବିକଶିତଭାରତ’ ସଂକଳ୍ପରେ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ହୋଇଛନ୍ତି : ପ୍ରଧାନମନ୍ତ୍ରୀ
• ଆମେ ସର୍ବଦା ଆମର ଯୁବ ଶକ୍ତିକୁ ଚମକ ଦେଖାଇବା ପାଇଁ ସମସ୍ତସମ୍ଭାବ୍ୟ ସୁଯୋଗ ଦେବୁ, ସେମାନେ ହେଉଛନ୍ତି ଏକ ବିକଶିତ ଭାରତର ପ୍ରମୁଖ ନିର୍ମାତା : ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, (ପିଆଇବି): ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତର ଯୁବପିଢ଼ିଙ୍କ ବିଶ୍ୱସ୍ତରୀୟ ସଫଳତା ଉପରେ ଆଲୋକପାତ କରିକହିଛନ୍ତି ଯେ, ଭାରତର ଯୁବପିଢ଼ି ବିଶ୍ୱସ୍ତରରେ ଏକ ଛାପ ସୃଷ୍ଟି କରିଛନ୍ତି । ସେମାନଙ୍କୁ ଗତିଶୀଳତା, ନବସୃଜନ ଏବଂ ଦୃଢ଼ତାର ପ୍ରତୀକ ଭାବରେ ବର୍ଣ୍ଣନା କରି ସେ କହିଛନ୍ତି ଯେ, ଗତ୧୧ବର୍ଷ ମଧ୍ୟରେ ଦେଶର ଅଭିବୃଦ୍ଧି ଯୁବ ଶକ୍ତିର ଅତୁଳନୀୟ ଶକ୍ତି ଏବଂ ଦୃଢ଼ ବିଶ୍ୱାସ ଦ୍ୱାରା ପରିଚାଳିତ ହୋଇଆସୁଛି । ଷ୍ଟାର୍ଟ- ଅପ୍ସମୂହ , ବିଜ୍ଞାନ, କ୍ରୀଡ଼ା, ସମାଜସେବା ଏବଂ ସଂସ୍କୃତି ସମେତ ବିଭିନ୍ନ କ୍ଷେତ୍ରରେ ଯୁବଭାରତୀୟ ମାନ ଅସାଧାରଣ ଅବଦାନରଖିଛନ୍ତି । “ଗତ୧୧ବର୍ଷମଧ୍ୟରେ, ଆମେ ଯୁବପିଢ଼ିଙ୍କର ଏପରି ଅନେକ ଉଲ୍ଲେଖନୀୟ ଉଦାହରଣ ଦେଖିଛୁ, ଯେଉଁମାନେ କି ଅବିଶ୍ୱସନୀୟ କାର୍ଯ୍ୟକରିଛନ୍ତି,’ ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଗତ୧୧ବର୍ଷ ମଧ୍ୟରେ ଯୁବ ସଶକ୍ତୀକରଣପାଇଁ ସରକାରୀ ନୀତିର ପରିବର୍ତ୍ତନ କାରୀ ପ୍ରଭାବ ଉପରେ ଗୁରୁତ୍ୱାରୋପ କରିଥିଲେ । ଷ୍ଟାର୍ଟ ଅପ୍ଇଣ୍ଡିଆ, ସ୍କିଲ୍ଇଣ୍ଡିଆ, ଡିଜିଟାଲ୍ଇଣ୍ଡିଆ ଏବଂ ଜାତୀୟ ଶିକ୍ଷା ନୀତି ୨୦୨୦ ଭଳି ସରକାରୀ ପଦକ୍ଷେପ ଗୁଡ଼ିକ ଏହି ଦୃଢ଼ବିଶ୍ୱାସରେ ନିହିତ ଯେ, ଯୁବପିଢ଼ିଙ୍କୁ ସଶକ୍ତକରିବା ହେଉଛି ଏକରାଷ୍ଟ୍ରର ସବୁଠାରୁ ଶକ୍ତିଶାଳୀକାର୍ୟ୍ୟ ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗତ୧୧ବର୍ଷ ମଧ୍ୟରେ ସରକାର ଯୁବପିଢ଼ିଙ୍କୁ ସଶକ୍ତକରିବା ପାଇଁ ନିରନ୍ତର ପ୍ରୟାସ କରିଛନ୍ତି । ନୂତନ ଶିକ୍ଷାନୀତି ଏବଂ ଦକ୍ଷତା ବିକାଶ ଏବଂଷ୍ଟାର୍ଟ-ଅପ୍ଉପରେଧ୍ୟାନଦେଇ, ଯୁବପିଢ଼ି ‘ବିକଶିତଭାରତ’ ସଂକଳ୍ପରେ ଗୁରୁତ୍ୱ ପୂର୍ଣ୍ଣ ଅଂଶୀଦାର ହୋଇଛନ୍ତି । ଶ୍ରୀ ମୋଦୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତିଯେ, ସରକାର ସର୍ବଦା ଯୁବ ଶକ୍ତିକୁ ସେମାନଙ୍କର ଉଜ୍ଜ୍ୱଳ ତାର ବିକିରଣ କରିବା ପାଇଁ ସମସ୍ତପ୍ରକାରର ସୁଯୋଗ ପ୍ରଦାନ କରିବେ । ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଥିଲେ; “ଭାରତର ଯୁବ ପିଢ଼ି ବିଶ୍ୱସ୍ତରରେ ଏକଛାପ ସୃଷ୍ଟିକରିଛନ୍ତି । ଆମର ଯୁବ ଶକ୍ତି ଗତିଶୀଳତା, ନବସୃଜନଏବଂଦୃଢ଼ ନିଷ୍ପତ୍ତି ସହିତ ଜଡ଼ିତ । ଆମର ଯୁବ ପିଢ଼ି ଅତୁଳନୀୟ ଶକ୍ତି ଏବଂ ଦୃଢ଼ ବିଶ୍ୱାସ ସହିତ ଭାରତର ଅଭିବୃଦ୍ଧିକୁ ଆଗେଇ ନେଇଛନ୍ତି ।’ଆମେ ଷ୍ଟାର୍ଟ ଅପ୍ସମୂହ ,ବିଜ୍ଞାନ, କ୍ରୀଡ଼ା, ସମାଜସେବା, ସଂସ୍କୃତି ଏବଂ ଅନ୍ୟାନ୍ୟ ବିଭିନ୍ନ କ୍ଷେତ୍ରରେ ଅକଳ୍ପନୀୟ କାର୍ୟ୍ୟ କରିଥିବା ଯୁବ ପିଢ଼ିଙ୍କ ଉଲ୍ଲେଖନୀୟ ଉଦାହରଣ ଦେଖିଛୁ । ଗତ ୧୧ବର୍ଷ ମଧ୍ୟରେ, ଯୁବପିଢ଼ିଙ୍କ ସଶକ୍ତୀକରଣ ପାଇଁ ନୀତି ଏବଂ କାର୍ୟ୍ୟକ୍ରମରେ ଏକ ନିର୍ଣ୍ଣାୟକ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । ଷ୍ଟାର୍ଟଅପ୍ଇଣ୍ଡିଆ, ସ୍କିଲ୍ଇଣ୍ଡିଆ, ଡିଜିଟାଲ୍ଇଣ୍ଡିଆ ଏବଂ ଜାତୀୟ ଶିକ୍ଷାନୀତି ୨୦୨୦ ଭଳି ସରକାରୀ ପଦକ୍ଷେପ ଗୁଡ଼ିକ ଏହି ଦୃଢ଼ ବିଶ୍ୱାସରେ ନିହିତ ଯେ ଯୁବପିଢ଼ିଙ୍କୁ ସଶକ୍ତକରିବା ହେଉଛି ଏକରାଷ୍ଟ୍ରର ସବୁଠାରୁ ଶକ୍ତିଶାଳୀକାର୍ଯ୍ୟ ।ମୋର ବିଶ୍ୱାସ ଯେ ଆମର ଯୁବ ପିଢ଼ି ଏକ ବିକଶିତ ଭାରତ ଗଠନ ପାଇଁ ପ୍ରୟାସକୁ ଆହୁରି ମଜଭୁତ କରିବେ ।