ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତକୁ ପ୍ରତିହତ କରିବା ନିମନ୍ତେ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ବିହିତ ପଦକ୍ଷେପ ଗ୍ରହଣ କରିଆସିଥିବା ବେଳେ ଏସପି ସାହେବଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆମ ପୋଲିସ ସମିତି କାର୍ଯ୍ୟକାରୀ କରାଯାଉଛି । ତେବେ ହେଡକ୍ୱାଟର ଛତ୍ରପୁର ଥାନା ପକ୍ଷରୁ ଆରମ୍ଭ ହୋଇଥିବା ପର୍ଯ୍ୟାୟକ୍ରମେ ନିଆରା ଢଙ୍ଗରେ ପରିଚାଳିତ ହେଉଥିବା ଲୋକ ମୁଖରୁ କୁହାଯାଏ । ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ ଛତ୍ରପୁର ବ୍ଳକ୍ ଅନ୍ତର୍ଗତ ବଡ଼ମାଧପୁରଠାରେ ଆମ ପୋଲିସ ପକ୍ଷରୁ ଜନତାଙ୍କୁ ନେଇ ଏକ ଖୋଲାମଞ୍ଚର ଆୟୋଜନ କରିଥିଲେ । ଆଇନ ଶୃଙ୍ଖଳା ସମ୍ବନ୍ଧୀୟ, ବିଭିନ୍ନ ଧାରା, ଶୃଙ୍ଖଳିତସମାଜ ଗଠନରେ ବ୍ୟକ୍ତିର ଚଳଣୀ, ଭୂମିକା, ସୁନାଗରିକ ହେବା ଆଦି ସମ୍ପର୍କିତ ବହୁ ପରିପନ୍ଥା ଲୋକଙ୍କୁ ବୁଝାଇ କହିଥିଲେ ଥାନା ବାବୁ ସତ୍ୟ ରଞ୍ଜନ ପ୍ରଧାନ । ଅନ୍ୟମାନଙ୍କ ମଧ୍ୟରେ ଏସ.ଆଇ. ସିଲୁ ଧଳ, ସରପଞ୍ଚ ଶରତ ଖୁଣ୍ଟିଆ, ଏସ.ଯୁଧିଷ୍ଠିର ରେଡ୍ଡୀ, ଆର. ସହଦେବ ରେଡ୍ଡୀ, ମହେଶ୍ୱର ପ୍ରଧାନ, ଛତ୍ରପୁର ପ୍ରେସ କ୍ଲବ ସଭାପତି ପ୍ରଶାନ୍ତ କୁମାର ମହାରଣା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ଏହାକୁ ସହଯୋଗ କରିଥିଲେ ।
Next Post