ଗୁଞ୍ଚିତରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆମ ସଂସ୍କୃତି ଆମ ଖେଳନା କର୍ମଶାଳା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ତେନ୍ତୁଳୀଖୁଣ୍ଟି ପଞ୍ଚାୟତ ଗୁଞ୍ଚିତରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆମ ସଂସ୍କୃତି ଆମ ଖେଳନା କର୍ମଶାଳା ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳି ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କର୍ମଶାଳାରେ ମୁଖ୍ୟଅତିଥି ରୂପେ ପୂର୍ବତନ ସରପଞ୍ଚ କାମଦେବ ବେହେରା, ମୁଖ୍ୟବକ୍ତା ସିଆର୍‌ସିସି ସୁଧୀର କୁମାର ନାଗ, ସମ୍ମାନିତ ଅତିଥି ୱାର୍ଡମେମ୍ବର ପରମାନନ୍ଦ ଧଙ୍ଗଡ଼ା ମାଝୀ, ସହକାରୀ ଶିକ୍ଷୟିତ୍ରୀ ସଫଳା ମିଶ୍ର ମଞ୍ଚାସୀନ ଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତା
ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀମାନଙ୍କ ସହଶୈକ୍ଷିକ ଗୁଣର ବିକାଶ, ପ୍ରାଚୀନ ସଂସ୍କୃତି ବିଷୟରେ ଧାରଣା ହେବା ସହ ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭା ପ୍ରସ୍ପୁଟିତ ହୋଇପାରିବ ବୋଲି ମତପ୍ରକାଶ କହିଥଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ/ଶିକ୍ଷୟିତ୍ରୀ ସରୋଜିନୀ ମିଶ୍ର, ଜୟମାଳିନୀ ପଟ୍ଟନାୟକ, ନୀଳମଣି ଦୀପ ପ୍ରମୁଖ ସହଯୋଗ କରିଥିଲେ । ସମସ୍ତ ଅଭିଭାବକ/ଅଭିଭାବିକା, ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ଶିକ୍ଷକ ଗୌରଚନ୍ଦ୍ର ଭୋଇ ମଞ୍ଚ ପରିଚାଳନା କରିଥିବାବେଳେ ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.