ମୁରିବାହାଲ ମାଳିଶିରା ଓ ଗୁରୁଣ୍ଡା ଉଚ୍ଚ ବିଦ୍ୟାଳୟରେ ଆମ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବହାଲ ବ୍ଲକ ସଦର ମହକୁମାରେ ଥିବା ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟଠାରେ ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନ ପକ୍ଷରୁ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ୨୦୨୪ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ସଭାର ସଭାପତି ସୁନୀଲ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରୀ, ମୁଖ୍ୟବକ୍ତା ଭାବେ ଡ଼ିଗ୍ରୀ କଲେଜର ଓଡ଼ିଆ ଅଧ୍ୟାପକ ଘନଶ୍ୟାମ ଖମାରୀ, ସମ୍ମାନିତ ଅତିଥି ରୂପେ ଓଏଭି ଅଧ୍ୟକ୍ଷ ପୀତାମ୍ୱର ବେସ୍ରା, ଶିକ୍ଷକ ଶଶାଙ୍କ ଶେଖର କବାଟ ଓ ମୁକ୍ତେଶ୍ଵର ଛୁରା ଯୋଗଦାନ କରିଥିଲେ । ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାହିତ୍ୟ, ସୃଜନୀ, ବିଜ୍ଞାନ, କ୍ରୀଡା, କବିତା ଆବୃତ୍ତି, ପୁସ୍ତକ ସମୀକ୍ଷା, ଗଳ୍ପ କଥନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ରଶ୍ମିଲତା ପାତ୍ର, ଶିକ୍ଷକ ବିକ୍ରମ ପୁରୋହିତ, ହେମନ୍ତ ନାଗଙ୍କ ସହ ହାଇସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ପରିଚାଳନା କମିଟି ସଦସ୍ୟ, ଅଭିଭାବକ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ । ଶିକ୍ଷକ କିଶୋର ଚନ୍ଦ୍ର ମହାନ୍ତି ସଭା ସଂଯୋଜନା କରିଥିବା ବେଳେ ସ୍କୁଲର ବରିଷ୍ଠ କିରାଣୀ ପ୍ରଦୀପ କୁମାର ପଟେଲ ଧନ୍ୟବାଦ ଦେଇଥିଲେ । ସେହିପରି ବିଦ୍ୟାଳୟ ସ୍ତରୀୟ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ବ୍ଲକର ମାଲିସିରା ଗ୍ରାମପଞ୍ଚାୟତର ମାଲିସିରା ହାଇସ୍କୁଲଠାରେ ବିଦ୍ୟାଳୟ ସ୍ତରୀୟ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ସ୍କୁଲର ଛାତ୍ରଛାତ୍ରୀମାନେ ବିଭିନ୍ନ ସଚେତନତା ବାର୍ତ୍ତା ତଥା ଗାଁମାନଙ୍କରେ ହେଉଥିବା କୁସଂସ୍କାର, ବାଲ୍ୟ ବିବାହ ଓ ଗାଁମାନଙ୍କରେ ହେଉଥିବା ବିଭିନ୍ନ ସୁବିଧା ଅସୁବିଧାର କାର୍ଯ୍ୟକ୍ରମମାନ କରି ଲୋକଙ୍କୁ କିଭଳି ଭାବେ କୁସଂସ୍କାର ଠୁଁ ଦୁରେଇ ରହିବା ସେଭଳି କାର୍ଯ୍ୟକ୍ରମମାନ କରି ଲୋକଙ୍କୁ ବୁଝାଇ ଏହାର ସତ ବିନିଯୋଗ କରାଯାଉ ବୋଲି ଲୋକଙ୍କୁ ବୁଝାଇଥିଲେ । ତାସହ ବିଭିନ୍ନ ପ୍ରକାରର ନାଚଗୀତ ପ୍ରତିଯୋଗିତା ୍ୱଧ୍ୟ ହୋଇଥିଲା । ଏହି ଉତ୍ସବରେ ସ୍କୁଲର ପ୍ରଧାନ ଶିକ୍ଷକ ପୁରୁଷୋତ୍ତମ ବାଗ, ଲକ୍ଷ୍ମୀକାନ୍ତ ପୁଟେଲ, ଅରବିନ୍ଦ ପଣ୍ଡା, ଟାର୍ଜନ ରଣା, ଷ୍ଟିଫେନସନ ନାଗ, ଶୁଚିସ୍ମିତା ବାରିକ ଓ ଗାଁର ଭଦ୍ରବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଗୋଇମୁଣ୍ଡ ପଞ୍ଚାୟତ ଗୁରୁଣ୍ଡା ଉଚ୍ଚ ବିଦ୍ୟାଳୟଠାରେ ମଧ୍ୟ ଆମ ଭାଷା, ସଂସ୍କୃତି ଓ ସୃଜନଶୀଳତା ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍କୁଲ ପରିଚାଳନା କମିଟି ସଭାପତି କଶ୍ୟପ ସରାଫ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କ ସହ ସମସ୍ତ ସହକାରୀ, ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ, ଅଭିଭାବକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।