ରାଉରକେଲା କଲେଜର ଓଡ଼ିଆ ବିଭାଗ ତରଫରୁ ଆଲୋଚନାଚକ୍ର ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର -୪ ସ୍ଥିତ ରାଉରକେଲା କଲେଜର ଓଡ଼ିଆ ବିଭାଗ ତରଫରୁ ବିଦାୟୀ ଛାତ୍ରଛାତ୍ରୀ ତଥା ନବାଗତ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅବସରରେ ‘ଉଦୟ ଓ ଅସ୍ତର ରଙ୍ଗ ଲୋହିତ’ ଶୀର୍ଷକ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ଡଃ. ରବୀନ୍ଦ୍ର କୁମାର ଜେନା ସଭାପତିତ୍ୱ କରିଥିଲାବେଳେ ଛେଣ୍ଡ ସ୍ଥିତ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷା ଶର୍ମିଷ୍ଠା କବି ଶତପଥି ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ଡଃ. ଜେନା ତାଙ୍କର ସଭାପତିତ୍ୱ ଅଭିଭାଷଣରେ ବିଦାୟୀ ଛାତ୍ରଛାତ୍ରୀ ତଥା ନବାଗତମାନଙ୍କୁ ଆଶୀର୍ବଚନ ପ୍ରଦାନ କରିବା ସହ ସମାବର୍ତ୍ତନ ଓ ସ୍ୱାଗତ ଭିତରର ଲୋହିତ ଭାବକୁ ବ୍ୟାଖ୍ୟା କରିଥିଲେ ଏବଂ ଓଡ଼ିଆ ବିଭାର ସଫଳତା, ଛାତ୍ରଛାତ୍ରୀ ଶୃଙ୍ଖଳା ଗୁଣର । ମୁଖ୍ୟ ଅତିଥି ଶ୍ରୀମତୀ କବି ଶତପଥି ତାଙ୍କର ବକ୍ତବ୍ୟରେ ଆଜିର ଯୁଗରେ ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷା-ସାହିତ୍ର-ସଂସ୍କୃତି ପ୍ରତି ଏତେ ସଂଖ୍ୟକ ଛାତ୍ରଛାତ୍ରୀମାନଙ୍କ ଶ୍ରଦ୍ଧା ଦେଖି ବିସ୍ମୟ ଭାବ ପ୍ରକଟ କରିଥିଲେ । ଛାତ୍ରଛାତ୍ରୀମାନଙ୍କୁ ସ୍ୱପ୍ନ ଦେଖିବା ସହ ତାତ୍କାଳିକ ଲକ୍ଷ୍ୟ ଏବଂ ଜୀବନର ଅନ୍ତିମ ଲକ୍ଷ୍ୟ ପ୍ରତି ଦୃଷ୍ଟି ଦେବାକୁ ଉପଦେଶ ପ୍ରଦାନ କରିଥିଲେ । ବିଭାଗୀୟ ମୁଖ୍ୟା ରଶ୍ମିପ୍ରଭା ମଥାନ ଛାତ୍ରଛାତ୍ରୀମାନଙ୍କ ପ୍ରତି ଆଶୀର୍ବଚନ ରଖିବା ସହ ସଫଳତା ପ୍ରାପ୍ତିର ନିଶ୍ଚିତ ଆଶା ପୋଷଣ କରିଥିଲେ । ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ଆଲୋଚନାଚକ୍ରର ଲୋହିତ ଭାବକୁ ରକ୍ତ, ସଂପର୍କ, ସଂପୃକ୍ତି, ଆସକ୍ତି ଓ ଦୁଃଖ ସହ ସଂପର୍କୀକୃତ କରାଇ ଛାତ୍ରଛାତ୍ରୀମାନଙ୍କୁ ସ୍ୱପ୍ନ, ଶୃଙ୍ଖଳା, ଏକତା ଓ ସଫଳତାର ବୀଜ ମନ୍ତ୍ରକୁ ଘୋଷାଇଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଛାତ୍ରୀ ସୁମାନ୍ତି ଏକ୍କା, ସ୍ୱପ୍ନା ବୁଡା, ଏଞ୍ଜେଲା କୁଜୁର, ଚାନ୍ଦିନୀ ସେଠୀ, ସାଗୋରୀ କିଷାନ ଓ ପୂଜା କୁସୁମ ସ୍ୱାଗତ ସଂଗୀତ ଗାନ କରିଥିଲା ବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ ଛାତ୍ର ସୌମ୍ୟରଞ୍ଜନ ମହାନ୍ତି । କାର୍ଯ୍ୟକ୍ରମର ସଂଯୋଜନା ଛାତ୍ରୀ ସୋନାଲି ମହାନନ୍ଦ କରିଥିଲାବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଅପର୍ଣ୍ଣା ପାହାରୀ । ଶେଷରେ ଅତିଥିମାନଙ୍କ ଠାରୁ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା କୃତୀ ଛାତ୍ରଛାତ୍ରୀମାନେ ପ୍ରମାଣପତ୍ର ଗ୍ରହଣ କରିଥିଲେ । ଓଡ଼ିଆ ବିଭାଗର ଅସାଧାରଣ କୃତିତ୍ୱ ଦେଖି ମୁଖ୍ୟ ଅତିଥି କବି ଶତପଥି ତାଙ୍କର ପୂଜ୍ୟ ପିତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ସଚ୍ଚିଦାନନ୍ଦ କବି ଶତପଥି ସ୍ମୃତି ଟ୍ରଷ୍ଟ ତରଫରୁ ଆଗାମୀ ୫ ବର୍ଷ ପାଇଁ ଶ୍ରେଷ୍ଠ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ରାଶି ପ୍ରଦାନ କରିବାକୁ ଘୋଷଣା କରିଥିଲାବେଳେ ଅଧ୍ୟାପକ ପାଟ୍ଟଶାଣୀ ତାଙ୍କର ପୂଜ୍ୟ ଗୁରୁ ଡଃ. ବିଜୟ ପଟ୍ଟନାୟକ ସ୍ମୃତିରେ ପ୍ରତିବର୍ଷ ଶ୍ରେଷ୍ଠ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ୫ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିବାକୁ ଘୋଷଣା କରିଥିଲେ । ଦ୍ଵିତୀୟ ପର୍ଯ୍ୟାୟର ସାଂସ୍କୃତିକ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ଲକ୍ଷ୍ମୀପ୍ରିୟା ସାହୁ ଏବଂ ଅନୁଶ୍ରୀ ରାଉତ । ଏହି ପର୍ଯ୍ୟାୟରେ ନୃତ୍ୟ ପରିବେଷଣ କରିଥିଲେ ସୁଶ୍ରୀରେଖା ବେହେରା, ତପସ୍ଵିନୀ କୁମ୍ଭାର, ଭାରତୀ ବେହେରା, ସନ୍ଧ୍ୟାରାଣୀ ବେହେରା, ରଶ୍ମି ହରିପାଲ, ରୀତୁ ମୁଖି, ଶ୍ରୀୟା ବାଗ, ସାଲୋନି କଂସାରୀ, କରସ୍ମା ନାୟକ, ଜ୍ୟୋତ୍ସ୍ନା ଏକ୍କା ଓ କିରନ୍ ପ୍ରଧାନ । କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଲିପ୍ସା ବଳିୟାରସିଂହ, ଗୋପାଳକୃଷ୍ଣ ଦାଶ, ଅଭିଷେକ ପରିଡ଼ା, ଛବିଳ ସେଠୀ, ଛନ୍ଦା ଚରଣ ଭିତ୍ରିଆ, ହିମାଂଶୁ ନାୟକ, ଶିବାନୀ କେର୍କେଟା, ଅଙ୍କିତା ବାର୍ଲା, ନରେଶ ମୁଣ୍ଡା, କ୍ରିଷ୍ଣା ଘସି, ରୋହିତ ଗୌଡ, ମାଳତି ଲାକ୍ରା ପ୍ରମୁଖ ଓଡ଼ିଆ ବିଭାଗର ଛାତ୍ରଛାତ୍ରୀ ।

Leave A Reply

Your email address will not be published.