ରୋତ୍‌ କଲେଜରେ ବିଜ୍ଞାନ ବିଭାଗର ଆଲୋଚନା ଚକ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ, ରୋତ୍‌ରେ ବିଜ୍ଞାନ ବିଭାଗ ତରଫରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଆଇ. କେ. ଏ. ସି / ନାଗ ସହାୟତାରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସନ୍ତୋଷ କୁମାର ରଥ ସଭାପତିତ୍ୱ କରିଥିବା ବେଳେ ବରିଷ୍ଠ ପ୍ରାଧ୍ୟାପକ ତଥା ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଦୀପ କୁମାର ଷଡଙ୍ଗୀ ମଞ୍ଚାସୀନ ରହି ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏଥିରେ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ, ବାଙ୍ଗାଲୋରର ରେନୁରମଣ ସାହୁ ମୁଖ୍ୟବକ୍ତା ତଥା ଆଲୋଚକ ଭାବରେ ଯୋଗଦାନ କରି ‘କ୍ୱାଣ୍ଟମ୍ ବିଜ୍ଞାନର ଉତ୍ପତ୍ତି ଓ ଏହାର ଆଧୁନିକ ବିନିଯୋଗ’ ସଂପର୍କରେ ଆଲୋଚନା କରିଥିଲେ । ସଭାକୁ ବରିଷ୍ଠ ଇଂରାଜୀ ଅଧ୍ୟାପକ ଅର୍ଯ୍ୟେନ୍ଦୁ କୁମାର ମେହେର ସଂଯୋଜନା କରିଥିବା ବେଳେ ଓଡିଆ ଅଧ୍ୟାପକ ଡକ୍ଟର ଲିଙ୍ଗରାଜ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଗଣିତ ବିଭାଗର ମୁଖ୍ୟ ଡକ୍ଟର ସୁବିଜ୍ଞ ଗଡତ୍ୟାଙ୍କ ଦ୍ୱାରା ପରିଚାଳିତ ସତ୍ରରେ ଡକ୍ଟର ଅନ୍ତର୍ଯ୍ୟାମୀ ନାଏକ, ବୁଦ୍ଧଦେବ ପଣ୍ଡା, ଗତିକୃଷ୍ଣ ଯୋଶୀ, ରାଧେଶ୍ୟାମ ଯୋଶୀ, ଡକ୍ଟର ହିମାଂଶୁ ଶେଖର ମହନ୍ତ, ଗୋପାଳ ସାହୁ, ବାସ୍ତବ ବ୍ରିଜେଶ ଭୋଇ, ମନୋଜ ପାଣିଗ୍ରାହୀ, ଶେଷଦେବ ଦାନୀ, ଛାତ୍ର ବନ୍ତ ସାହୁ ଓ ଛାତ୍ରୀ ଚାନ୍ଦିନୀ ପାତ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ଆଲୋଚନା ଚକ୍ରରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ, ଅଧ୍ୟାପିକା ଯୋଗଦାନ କରି ସାଫଲ୍ୟମଣ୍ଡିତ କରିଥିଲେ ।

Leave A Reply

Your email address will not be published.