ବିଦ୍ୟାଳୟସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ଅନ୍ତର୍ଗତ ପଂଚାୟତ ଉଚ୍ଚ ବିଦ୍ୟାଳୟ, ବାନ୍ଧପଡାର ରମଣ ଭିପନେଟ ସାଇନ୍ସ କ୍ଲବ ଆନୁକୂଲ୍ୟରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ପ୍ରଧାନ ଶିକ୍ଷକ ଆନନ୍ଦ ବଡ଼ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏ ବର୍ଷର ମୁଖ୍ୟ ବିଷୟ “ଶ୍ରୀ ଅନ୍ନ ଏକ ମୂଲ୍ୟ ବର୍ଦ୍ଧିତ ଆହାର” ଉପରେ ଦଶ ଜଣ ଛାତ୍ରଛତ୍ରୀ ଯୋଗଦେଇଥିଲେ । ପ୍ରତିଯୋଗିତାରେ ସାଇରଜ ମହାପାତ୍ର ପ୍ରଥମ, ସାହିଲ କୁମାର ପଧାନ ଦ୍ଵିତୀୟ ଓ ହଂସିନୀ ମାଝୀ ତୃତୀୟ ହୋଇ ପୁରସ୍କୃତ ହୋଇଥିଲେ । ପ୍ରଥମସ୍ଥାନ ଅଧିକାର କରିଥିବା ଛାତ୍ର ସାଇରାଜ ମହାପାତ୍ର ଦମୟନ୍ତୀ ଉଚ୍ଚ ବିଦ୍ୟାଳୟ, ବହଳପଦରରେ ଅନୁଷ୍ଠିତ ହେବାକୁ ଥିବା ବ୍ଲକସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ରରେ ଭାଗ ନେବେ । ସେହିପରି ବିଜ୍ଞାନ କୁଇଜ ପ୍ରତିଯୋଗିତାରେ ପ୍ରୀତମ ସୁନା ପ୍ରଥମ ସ୍ଥାନ ଅଧିକାର କରି ବ୍ଲକସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ । ଖେଳ ଶିକ୍ଷକ ପ୍ରବୀଣ ନାରାୟଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ଓ ଅଜିତ କୁମାର ଗୁରୁ, ପବିତ୍ର ମୋହନ ପଧାନ, ହରିବୋଲ ପଧାନ ସହଯୋଗ କରିଥିଲେ ।

Leave A Reply

Your email address will not be published.