oom

‘ଆତ୍ମହତ୍ୟା ଓ ଜୀବନ’ ସଂପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ସାମ୍ବାଦିକ ଭବନ ପରିସରରେ ମାହେଶ୍ୱରୀ ସଂଗଠନ ଓ ଜିଲ୍ଲା ସାମ୍ବାଦିକ ସଂଘର ମିଳିତ ସହଯୋଗରେ “ଆତ୍ମହତ୍ୟା ଓ ଜୀବନ” ସଂପର୍କରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚାନାଚକ୍ରରେ ବଲାଙ୍ଗିର ଏସ୍‌ପି ନିତିନ କୁଶଲକର, ତହସିଲଦାର ପୁଷ୍ପାଞ୍ଜଳି ପଣ୍ଡା, ସମ୍‌ ମଲ୍ଟି ସ୍ପେସାଲିଟି ହସପିଟାଲର କ୍ଲିନିକାଲ ସାଇକ୍ଲୋଜିଷ୍ଟି ଅଙ୍କିତା ପରିଚ୍ଛା, ଓଟିଭିର ପଶ୍ଚିମ ଓଡିଶା ବ୍ୟୁରୋ ଚିଫ୍‌ ମନୋରଂଜନ ଯୋଶୀ, ବରିଷ୍ଠ ଆଇନଜୀବୀ ପ୍ରମୋଦ ମିଶ୍ର, ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଶିବ ପ୍ରସାଦ ପରିଡା, ମାହେଶ୍ୱରୀ ସଂଗଠନର ଅଙ୍କୁଶ ପାଣ୍ଡିଆ ପ୍ରମୁଖ ମଂଚରେ ମଂଚାସୀନ ଥିବା ବେଳେ ଆଜିକା ଦିନରେ ମନୁଷ୍ୟ ନିଜର ବ୍ୟସ୍ତ ବହୁଳ ଜୀବନରେ ସମସ୍ୟାକୁ ସାମ୍ନା କରିନପାରି ଅବସାଦ ଗ୍ରସ୍ତ ହୋଇ ଅନେକାଂଶରେ ଜୀବନ ହାରୁଥିବା ଦେଖିବାକୁ ମିଳୁଛି । ବଞ୍ଚିବା ପାଇଁ ଯେଉଁ ମହାନ ଆତ୍ମଚିନ୍ତନର ଆବଶ୍ୟକତା ରହୁଛି । ସେଥିପ୍ରତି ଆଜିର ମଣିଷ ଧ୍ୟାନ ଦେବା ଆବଶ୍ୟକ । ତେବେ ଯେକୌଣସି ସମସ୍ୟା ହେଉନା କାହିିଁକି, ତାହାକୁ ସାମ୍ନା କରିବା ପାଇଁ ନିଜର ଆନ୍ତରିକ ସାହାସର ଆବଶ୍ୟକତା ଅଛି । ଅନ୍ୟପକ୍ଷରେ ନିଜକୁ ପ୍ରକାଶ କରିବା ପାଇଁ ଜୀବନରେ ଜଣେ ଭଲ ସାଙ୍ଗର ଦରକାର ହୋଇଥାଏ । ମନ କଥା ଖୋଲି ଦେଇ ସାଙ୍ଗ ସହ ଖୋଲା ଖୋଲି କଥାବାର୍ତ୍ତା କଲେ ମନୁଷ୍ୟ ଆତ୍ମହତ୍ୟା କରିବା ପାଇଁ ଭାବିବ ନାହିିଁ ଓ ତା’ର ଅମୂଲ୍ୟ ଜୀବନକୁ ରକ୍ଷା କରିବ ବୋଲି ଅତିଥିମାନେ ମତ ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.