oom

ନବସେତୁ ମାସିକ ପତ୍ରିକା ତରଫରୁ ମହାତ୍ମା ଜ୍ୟୋତିବା ରାଓ ଫୁଲେଙ୍କ ଜନ୍ମଦିନ ପାଳନ ଅବସରରେ ଆଲୋଚନାଚକ୍ର

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରାଜେନ୍ଦ୍ରପଡା ସ୍ଥିତ ଓବିସି ମଞ୍ଚ କାର୍ଯ୍ୟାଳୟ କନଫରେନ୍ସ ହଲ୍‌ଠାରେ ନବସେତୁ ମାସିକ ପତ୍ରିକା ତରଫରୁ ମହାତ୍ମା ଜ୍ୟୋତିବା ରାଓ ଫୁଲେଙ୍କ ଜନ୍ମତିଥି ପାଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ ସଭା ପରିଚାଳନା କରିଥିବା ବେଳେ ମହାତ୍ମା ଫୁଲେଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଟଙ୍କଧର ଗଡତ୍ୟା । ପରେ ଆଲୋଚନାଚକ୍ରରେ ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ବାଲି ଚରଣ ବାରିକ, ଚାଷୀ ନେତା ତଥା ସାମ୍ବାଦିକ ସତ୍ୟ ବନଛୋର, ଛାତ୍ର ନେତା ଉତ୍ତମ ଖମାରୀ, ଅଲ୍‌ ଇଣ୍ଡିଆ ଓବିସି ରେଳ କର୍ମଚାରୀ ସଂଘର ସହ ସମ୍ପାଦକ ଉମେଶ ବିଶ୍ୱାଳ, ଅବସରପ୍ରାପ୍ତ ପ୍ରଶାସନିକ ସେବା ଅଧିକାରୀ କାନ୍ତିଲାଲ ମୁଗ୍ରୀ, ମୂଳ ନିବାସୀ ନେତା ସୁରେନ୍ଦ୍ର କୁମ୍ଭାର, କବି ଅର୍ଜୁନ ମୁଗ୍ରୀ, ଓବିସି ନେତା ତଥା ରାଜ୍ୟ ଡୁମାଲ ପରିଷଦର ସଭ୍ୟ ଗୌତମ ମେସ୍ୱା, ଅଲ୍‌ ଇଣ୍ଡିଆ ରେଲୱେ ଏସ୍‌ସି ଏସ୍‌ଟି କର୍ମଚାରୀ ସଂଘର ସଦସ୍ୟ ସୁଶିଲ ଛତ୍ରିଆ ଅଂଶଗ୍ରହଣ କରି ନିଜର ମତାମତ ଉପସ୍ଥାପନା କରିଥିଲେ । ଆଗାମୀ ଦିନରେ ଶିକ୍ଷାକୁ ଗୁରୁତ୍ୱ ଦେବାକୁ ବକ୍ତାମାନେ ମତ ରଖିଥିଲେ । ମହାତ୍ମା ଫୁଲେଙ୍କ ଜୀବନ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କଲେ ଜଣେ ସୁନାଗରିକ ହୋଇ ଦେଶରେ ଉନ୍ନତି ସାଧନ କରିପାରିବ ବୋଲି ଆଲୋଚନାଚକ୍ରରେ ଶ୍ରୀ ଗଡତ୍ୟା ମତ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଜଗନ୍ନାଥ ପ୍ରସାଦ ମାହାଣା, ଜେନା ସା, ଅଶ୍ୱିନୀ ପଟେଲ, ଲମ୍ବୋଧର ବିଶ୍ୱାଳ, ସୁଶାନ୍ତ କୁମାର କଲତା, ସରୋଜ କୁମାର ମେସ୍ୱା, ପାଣ୍ଡବ ବିଶ୍ୱାଳ, ହେମସାଗର ରଣା, ସୋମନାଥ ଗଡତ୍ୟା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.