ବଲାଙ୍ଗିର, (କେପିଏନ୍ଏସ୍) : ପ୍ରାଥମିକ ଶିକ୍ଷାର ଆବଶ୍ୟକତା ପୂରଣ ପାଇଁ ଆଜି ଏକ ଆଲୋଚନାଚକ୍ର ରେଳଷ୍ଟେସନ ନିକଟସ୍ଥ ଜଣକଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାନେତ୍ରୀ ଶାନ୍ତିଲତା ସାହୁଙ୍କ ଅଧ୍ୟକ୍ଷତାରେ କମିଟିର ଅଧ୍ୟକ୍ଷ ଆଚାର୍ଯ୍ୟ ସୁନା, ବଲାଙ୍ଗିର ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ସୁନା ଓ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ କୈଳାସ କୁମ୍ଭାର, କେନ୍ଦ୍ର ସାଧନ କର୍ମୀ ନିରାକାର ସାଏ, ଗୋପାଳଜୀ ଚୌଧୁରୀ, ବସନ୍ତ ବୁଡ଼େକ ତଥା ସଂଯୁକ୍ତ ପାଣିଗ୍ରାହୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।